No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୭ ଜୁଲାଇ ୨୦୨୧, ବୁଧବାର ) ଭୁବନେଶ୍ୱର :- ଭାରତର ଅନ୍ୟତମ ଅଗ୍ରଣୀ ପ୍ରକ୍ରିୟାକୃତ ଖାଦ୍ୟ କମ୍ପାନୀ ନିଲନ୍ସ ସେଜୁଆନ୍ ଚଟଣି ସହିତ ନିଜର ଚାଇନିଜ ଉତ୍ପାଦ ବର୍ଗକୁ ସମ୍ପ୍ରସାରିତ କରିଛି । ନିଲନ୍ସର ଚାଇନିଜ ଉତ୍ପାଦ ବର୍ଗରେ ସମ୍ପୂର୍ଣ୍ଣ ନୂଆ ସାମଗ୍ରୀ ଏବଂ ନୂଆ ଯୁଗର ତ୍ୱରିତ ପସନ୍ଦ କରାଯାଇପାରୁଥିବା ଖାଦ୍ୟଗୁଡିକ ମଧ୍ୟରେ ରହିଛି ସେଜୁଆନ ଚଟଣି, ଚୋମିନ ମସଲା, ସୋୟା ସସ୍, ଲାଲ ଓ କଞ୍ଚା ଲଙ୍କା ସସ୍ ଏବଂ ଅନ୍ୟାନ୍ୟ ଅନେକ କିଛି । କମ୍ପାନୀ ସେଜୁଆନ ଚଟଣିର ବ୍ୟବସାୟ ବୃଦ୍ଧି ଘଟାଇବାକୁ ‘ଇସ୍ମେ ପ୍ୟାର ମିଲା ହୈ’ ଶୀର୍ଷକରେ ଆଉ ଏକ ମଜାଦାର ପ୍ରଚାର ଅଭିଯାନ ହାତକୁ ନେଇଛି, ଯେଉଁଥିରେ ସୁପରିଚିତ ଟୁନି ଭୈୟା ଓରଫ ପଙ୍କଜ ତ୍ରିପାଠୀଙ୍କୁ ଦେଖିବାକୁ ମିଳିବ ।
ଏହି ପ୍ରଚାର ଅଭିଯାନରେ ଏକ ମଜାଦାର ଢଙ୍ଗରେ ନିଲନ୍ସର ଚଟଣି ଉତ୍ପାଦ ପ୍ରସ୍ତୁତିରେ ଉଚ୍ଚତର ମାନର ଉପାଦାନ ଏବଂ କ୍ଷୁଦ୍ରାତିକ୍ଷୁଦ୍ର ଦିଗ ପ୍ରତି କିଭଳି ଯତ୍ନ ନିଆଯାଉଛି ତାହା ଉପରେ ଗୁରୁତ୍ୱ ଦେଉଛି । ସମୁଦାୟ ଚାଇନିଜ ଉତ୍ପାଦ ବର୍ଗରେ ସଂଖ୍ୟାଗରିଷ୍ଠ ଅଂଶ ହାସଲ କରିଥିବା ସେଜୁଆନ ଚଟଣି ବିବିଧ କ୍ଷେତ୍ରରେ ବ୍ୟବହାରିତା ସହିତ ଆଗାବୀ ବର୍ଷଗୁଡିକରେ ବଜାରରେ ଆଧିପତ୍ୟ ବିସ୍ତାର କରିବା ଆଶା କରାଯାଉଛି । ନିଲନ୍ସର ସେଜୁଆନ ଚଟଣିକୁ ଯେକୌଣସି ଜଳଖିଆ ସାମଗ୍ରୀ ସହିତ ଖିଆଯାଇପାରିବ, ଅଥବା ନୁଡଲ୍ସ ପ୍ରସ୍ତୁତି, ଭାତ ପ୍ରସ୍ତୁତିରେ ଅଥବା ପନିପରିବା ଏବଂ ଆମିଷ ପଦାର୍ଥକୁ ମାରିନେଟ କରିବା ନିମନ୍ତେ ବ୍ୟବହାର କରାଯାଇପାରିବ ।
ଉତ୍ପାଦ ଏବଂ ସମୁଦାୟ ବର୍ଗମାଳା ସମ୍ପର୍କରେ ପ୍ରକାଶକରି ଦୀପକ ସାଂଘଭୀ କହିଛନ୍ତି, “ଭାରତରେ ଚାଇନିଜ ହଟ୍ ଏବଂ ବାର୍ବିକ୍ୟୁ ସସ୍ର ମୋଟ ବଜାର ୨୦୨୨-୨୩ ବର୍ଷରେ ୭୦୦ କୋଟି ଟଙ୍କାରେ ପହଞ୍ଚିବା ନେଇ ନିକଟରେ ଏକ ରିପୋର୍ଟରେ ଆକଳନ କରାଯାଇଛି । ଚାଇନିଜ ଉତ୍ପାଦ ବର୍ଗର ବ୍ୟବସାୟିକ ଅଭିବୃଦ୍ଧି ବାର୍ଷିକ ୧୫ ପ୍ରତିଶତ ପୌନଃପୁନିକ ହାରରେ ହେଉଛି । ଆମର ଏକାଧିକ ଚାଇନିଜ ଉତ୍ପାଦ ବର୍ଗକୁ ନେଇ ଆମେ ଘରେ ରୋଷେଇ କରାଯାଉଥିବା ସମସ୍ତ ପ୍ରକ୍ରିୟାକୁ ବ୍ୟବସାୟିକ ଉତ୍ପାଦନକାରୀ ବ୍ୟବସ୍ଥାରେ ଉପଯୋଗ କରିବାକୁ ଚାହିଁଥିଲୁ ।
ଏପରିକି ସେଜୁଆନ ଚଟଣି ପାଇଁ ଆବଶ୍ୟକ ହେଉଥିବା ମୁଖ୍ୟ ଉପାଦାନ ମରିଚର ସର୍ବୋତ୍ତମ ମାନ ବଜାୟ ରଖିବା ଏବଂ ଶୁଦ୍ଧ ଉତ୍ପାଦ ଉପଭୋକ୍ତାଙ୍କ ନିକଟରେ ପହଞ୍ଚାଇବା ପାଇଁ ମରିଚକୁ ସୁଦୂର ଉତ୍ତର ପୂର୍ବାଞ୍ଚଳର କୃଷିକ୍ଷେତ୍ରରୁ ସଂଗ୍ରହ କରାଯାଉଛି ।” ନିଲନ୍ସ ତାହାର ଉତ୍ପାଦନରେ ଉଚ୍ଚ ଏବଂ କଠୋର ମାନଗତ ଦିଗକୁ ଅନୁସରଣ କରିଥାଏ ଏବଂ ଖାଦ୍ୟ ମାନର ବହୁସ୍ତରୀୟ ପ୍ୟାକେଜିଂ ସାମଗ୍ରୀ ବ୍ୟବହାର ଉପରେ ଗୁରୁତ୍ୱ ଦେଉଛି, ଯଦ୍ଦ୍ୱାରା ଉତ୍ପାଦର ତାଜାପଣ ଦୀର୍ଘ ସମୟ ଅତୁଟ ରହିପାରିବ । ଏକ ସମକାଳୀନ ଏବଂ ଆକର୍ଷଣୀୟ ୪୦ ଗ୍ରାମ, ୮୦ ଗ୍ରାମ ସାଚେଟ ଏବଂ ୨୫୦ ଗ୍ରାମ ବୋତଲରେ ପ୍ୟାକିଂ କରାଯାଇଥିବା ଏହି ସେଜୁଆନ ଚଟଣି ଦେଶର କୋଣ ଅନୁକୋଣରେ ସମସ୍ତ ସାଧାରଣ ବ୍ୟବସାୟ ସ୍ଥଳଗୁଡିକରେ ଉପଲବ୍ଧ ହେବ ।
No Result
View All Result