No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୬ ଜୁଲାଇ ମଙ୍ଗଳବାର ) ପୁରୀ :- ଚଳିତ ବର୍ଷ ରଥଯାତ୍ରାରେ ରଥ ଉପରେ ଛେରାପହଁରା କରିବାକୁ ନେଇ ଗଜପତି ଦିବ୍ୟସିଂହ ଦେବ ଗଣମାଧ୍ୟମକୁ ପ୍ରତିକିୟା ଦେଇଛନ୍ତି । କୋଭିଡ କଟକଣାର ନିୟମ ପାଳନ ହେବା ସହ ୧୪୪ ଧାରା ଜାରି କରାଯାଇ ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ଗଜପତି କହିଛନ୍ତି । ଓ ରଥ ଉପରେ ସମସ୍ତ ନୀତିକାନ୍ତି ର ପାଳନ ହେବା ସହ ମହାରାଜା ଙ୍କ ଦ୍ଵାରା ଛେରା ପହଁରା ନୀତି ମଧ୍ୟ ଅନୁଷ୍ଠିତ ହେବ ।
ରଥାରୂଢ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ସେବାୟତ ନରହିବା ପାଇଁ ଦଇତାପତିଙ୍କ ସହ ଆଲୋଚନାରେ ଗଜପତି ଅନୁରୋଧ କରିଛନ୍ତି । ଏହାସହ ସେ ରାଜ୍ୟର ଅନ୍ୟ ସ୍ଥାନ ଗୁଡିକରେ ରଥଯାତ୍ରା ବନ୍ଦ ନେଇ ସେ ଏହି ପ୍ରତିକ୍ରିୟା ଦେଇଛନ୍ତି । ଗଜପତି ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ୱାଗତ କରିଛନ୍ତି ଓ ଗଜପତି କହିଛନ୍ତି ଯେ, ଶ୍ରୀକ୍ଷେତ୍ର ଶ୍ରୀମନ୍ଦିର ଆଦି ଓ ମୂଳପୀଠ । ଏହାର ସେବପୂଜା, ରୀତିନୀତି ଓ ପରମ୍ପରା ସ୍ଵତନ୍ତ୍ର ବୋଲି କହିଛନ୍ତି ।
ଫଳରେ ଏହି ସ୍ଥାନରେ ରଥଯାତ୍ରା ବ୍ୟତୀୟ ଅନ୍ୟ ସ୍ଥାନରେ ରଥଯାତ୍ରା ନହେବା ପଦକ୍ଷେପକୁ ସେ ସ୍ବାଗତ କରିଛନ୍ତି । ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ରଥଯାତ୍ରା ହୋଇପାରିବନି ବୋଲି ଆଜି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରମକୋର୍ଟ ଏହାକୁ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ସନ୍ତୋଷ ପ୍ରକାଶ କରିଛନ୍ତି ।
No Result
View All Result