No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୫ ଜୁଲାଇ ସୋମବାର )ହିଞ୍ଜିଳିକାଟୁ :- ଆଷାଢ଼ରେ ବର୍ଷାର ଦେଖାର ନଥିବାରୁ ବର୍ତମାନ ସୁଧା ଚାଷ କାମ ଆରମ୍ଭ ହୋଇପାରୁନି । ଅନ୍ୟପଟେ ଚେକଡ଼୍ୟାମ ଶୁଖିଲା ପଡ଼ିଛି ।୭ ନଂ କେନାଲ ଜୟମଙ୍ଗଳ କେନାଳ ଓ ବଳଧିଅ କେନାଲ ରେ ପାଣି ଆସୁନଥିବାରୁ ହଜାର ହଜାର ଜମି ତଳି ପୋଡ଼ି ନଷ୍ଟ ହେବାକୁ ବସିଲାଣି । ବର୍ଷ ବର୍ଷ ଧରି ଜଳକର ପୈଠ କରି ଆସୁଥିଲେ ମଧ୍ୟ ଜମିରେ ପାଣି ନଆସିବ ପରିତାପର ବିଷୟ ବୋଲି ଚାଷୀ ମହଲରେ ଅସନ୍ତୋଷ ଭାବ ଦେଖାଦେଇଛି । ପ୍ରକାଶ ଥାଉକି, ହିଞ୍ଜିଳିକାଟୁ ପୈାରାଞ୍ଚଳ ଆଙ୍କୋରଡ଼ା ଗ୍ରାମ ଦେଇ ଜୟମଙ୍ଗଳ କେନାଲ ପ୍ରବାହିତ ହେବା ସହ ହିଞ୍ଜିଳି ବ୍ଳକ ଖରିଡ଼ା ଗ୍ରାମରେ ଚାଷୀଙ୍କ ଚାଷ ଜମିକୁ ଜଳ ଯୋଗାଣ ଲକ୍ଷ୍ୟରେ ଗୋଟିଏ ଚେକ ଡ଼୍ୟାମ ନିର୍ମାଣ କ୍ଷୁଦ୍ର ଜଳ ସେଚନ ବିଭାଗ ତରଫରୁ କରାଯାଇଥିଲା ।ଆଙ୍କୋରଡ଼ା ଗ୍ରାମରୁ ଯାଇଥିବା କେନାଳ ବର୍ଷକୁ ଥରେ ମାଟି ସଫା କରିବାକୁ ଥିବା ବେଳେ ଏହାର ଟେଣ୍ଡର କରାଯାଉଛି ।

ଯନ୍ତ୍ରୀ ଓ ଠିକାଦାର ମିଳିମିଶି କେନାଳ ସଫା କରିବା ଆଳରେ କେନାଳ ମାଟି ଖରିଡା ଗ୍ରାମର ଜୈାନିକ ଇଟା ଭାଟି ମାଲିକଙ୍କୁ ମାଟି ବିକ୍ରି କରାଯାଉଥିବା ଅଭିଯୋଗ ମଧ୍ୟ ହୋଇଛି । ମାଟି ଖୋଳା ଆଳରେ କେନାଳ ସଫେଇ କରି ମାଟିକୁ ନଦୀ ହୁଡ଼ାରେ ନପକାଇ ଅଧିକ ଖାଲ କରି ମାଟି ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି । ଘଟଣା ନେଇ ହିଞ୍ଜିଳି କ୍ଷୁଦ୍ର ଜଳସେଚନ ବିଭାଗୀୟ ସହକାରୀ ଯନ୍ତ୍ରୀ ପରମାନନ୍ଦ ସାହୁଙ୍କୁ ପଚାରିବାରୁ ସେ କୁହନ୍ତି ଘଟଣା ନେଇ ଅଭିଯୋଗ ହୋଇନଥିବା ବେଳେ ବାହାର କିଛି ଲୋକଙ୍କ ଠାରୁ ଏଭଳି ଶୁଣିବାକୁ ମିଳିଛି ବୋଲି କହିଛନ୍ତି । ତେବେ ଏ ନେଇ ସ୍ଥାନୀୟ ତହସିଲଦାର ପ୍ରଭାତ କୁମାର ପରିଡ଼ାଙ୍କ ସହ ଘଟଣା ନେଇ ଆଲୋଚନା କରିଥିଲେ ଏବଂ ମାଟି ବୋଝେଇ କରୁଥିବା ଟ୍ରାକ୍ଟର ଉପରେ ଚଢ଼ାଉ କରି ଜରିମାନା ଆଦାୟ କରିବାକୁ ଅନୁରୋଧ କରିଛନ୍ତି ବୋଲି ସଫେଇ ଦେଇଛନ୍ତି ।କେନାଳ ମାଟି ବିକ୍ରି କରାଯାଉଥିବା ବେଳେ ଖରିଡ଼ା ଗ୍ରାମ ନିକଟରେ ଥିବା ଆନିକେଟ ମଧ୍ୟରେ ଘଛ ରେ ଘେରି ହୋଇ ରହିଥିଲେ ମଧ୍ୟ ରକ୍ଷଣା ବେକ୍ଷଣ କରିବା ଦୁରରକଥା ଗଛ ଗୁଡ଼ିକୁ ମଧ୍ୟ କଟାଯାଇ ନାହିଁ ଫଳରେ ଡ଼୍ୟାମର ସ୍ଥାୟୀତ୍ବ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇିଛି ।

ଚ୍ୟାକଡେ଼ମ ନିକଟରେ ହିଞ୍ଜିଳି ବିିଲକୁ ଯିବାକୁ ଥିବା ଶାଖା ନାଳ ରକ୍ଷଣା ବେକ୍ଷଣ ଅଭାବରୁ ପୋତି ହେବାକୁ ବସିଲାଣି । ଏଥି ସହ ବର୍ଷା ଦିନେ ଅଧିକ ଜଳ ଆସିବା ଯୋଗୁଁ ପଟୁ ମାଟି ବାଲି ଜମିବା ସହ ଚ୍ୟାକଡେ଼ମ ଭରିଯିବାରୁ ଜଳଧାରଣ କ୍ଷମତା ମଧ୍ୟ ହ୍ରାସ ପାଇଛି । ଅଞ୍ଚଳର ଚାଷୀ ମାନେ ଜମିରେ ଜଳ ସେଚନ ହୋଇପାରୁ ନଥିବା ଅଭିଯୋଗ କରିଛନ୍ତି । ଚଳିତ ବର୍ଷ ଜଳ ଅଭାବରୁ ଜମି ଚାଷ ନହୋଇ ପଡ଼ିଆ ପଡ଼ିବା ଥୟ ବୋଲି ଚାଷୀ କ୍ଷୋଭର ସହ ପ୍ରକାଶ କରିଛନ୍ତି । ସେହିପରି ସ୍ଥାନୀୟ ବ୍ଳକ ଖରିଡା ପଞ୍ଚାୟତର ଶକ୍ତିପିଠ ମା କରେଇଶୁଣୀ ମନ୍ଦିର ନିକଟ ଦେଇ ଶିକିରି ଗ୍ରାମ,ଗିରିଆ ଗ୍ରାମ ଓ ଆଲପୁର ମଧ୍ୟକୁ ଯାଇଥିବା

ବଳଧିଆ କେନାଳ ଚଉଡ଼ା କମାଇ କେନାଳ କାମରେ ଅନିୟମିତତା ଜମକୁ ପାଣି ନ ଗଲାପରି ତିଆରି ହୋଇଥିବା ଅଭିଯୋଗ ହୋଇଛି ।ଶିକିରି ମଶାଣି ଠାରୁ ମା କରେଈଶୁଣମନ୍ଦିର ମଧ୍ୟରେ କେମାଳ ରୁ ଜମିକୁ ପାଣି ଯିବା ନିମନ୍ତେ ଏକ ପାଇପ ବିଛାଯାଇଛି ।କିନ୍ତୁ ,ଏହା ପାଇପ କେନାଳ ତଳସ୍ତର ଠାରୁ ୨ ଫୁଟ ଉପରକୁ ବସାଯାଇଥିବାରୁ ଚାଷୀଙ୍କ ଜମିରେ ପାଣି ପହଞ୍ଚି ପାରିବ ନାହିଁ ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି । ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି । ନଚେତ୍ ଆଗାମୀ ଦିନରେ ଏକ ବିରାଟ ଆନ୍ଦୋଳନ ମୁଣ୍ଡ ଟେକିବ ଓ ଏଥିପାଇଁ ସ୍ଥାନୀୟ କ୍ଷୁଦ୍ର ଜଳସେଚନ ବିଭାଗୀୟ ଅଧିକାରୀ ଦାୟୀ ରହିବେ ବୋଲି କହିଛନ୍ତି । ( ରିପୋର୍ଟ: ଶୁସାନ୍ତ ପ୍ରଧାନ )
No Result
View All Result