ପୂର୍ବତନ ମନ୍ତ୍ରୀ ସ୍ବର୍ଗୀୟ ଯାଦବ ମାଝୀ ଙ୍କ ଜନ୍ମଜୟନ୍ତୀ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ (୫ ଜୁଲାଇ ସୋମବାର )ନବରଙ୍ଗପୁର :- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାନାବେଡା ମାଟି ର ବରପୁତ୍ର ତଥା ପୂର୍ବତନ ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ସ୍ବର୍ଗତ ଯାଦବ ମାଝୀ ଙ୍କ ୭୧ ତମ ଜନ୍ମଜୟନ୍ତୀ ଚନ୍ଦାହାଣ୍ଡି ସ୍ଥିତ ତାଙ୍କ ପ୍ରତିମୂର୍ତ୍ତି ଏବଂ ପାନାବେଡା ମହାବିଦ୍ୟାଳୟ ଠାରେ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସ୍ବର୍ଗତ ମାଝୀଙ୍କ ଜୀବନୀ ଓ ଅତୀତରେ ନବରଙ୍ଗପୁର ଜିଲ୍ଲା ପ୍ରତି ତାଙ୍କର ଅବଦାନ ଉପରେ ଅନେକ ସ୍ମୃତି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ , ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ , ବିଜେଡି ଜିଲ୍ଲା ସଂଯୋଜକ ପ୍ରମୋଦ କୁମାର ପାଢୀ, ବିଜେଡି ସଭାପତି ଗୌରହରି ନାୟକ, ବରିଷ୍ଠ ନେତା କାର୍ତ୍ତିକ ଚନ୍ଦ୍ର ବାଘ, ଯୁବରାଜ ଜଗତ,ପୁରୁଷୋତ୍ତମ ପାରି, କିଶୋର ଖମାରୀ,

ପାନାବେଡା ମହାବିଦ୍ୟାଳୟ ଅଧ୍ୟକ୍ଷ ଅରୁଣ କୁମାର ହୋତା,ବିସିକେସନ ପାଢ଼ୀ ନଳିନୀ ଦାସ,ତ୍ରିଜନ ନାୟକ,ପ୍ରଶାନ୍ତ ପାରି, ମହମ୍ମଦ ଇକବାଲ,କଳିଙ୍ଗ ସିଂ ପଟେଲ,ଶ୍ୟାମସୁନ୍ଦର ସୁନାନୀ, କୃଷ୍ଣ ପୂଜାରୀ,ହର ପୂଜାରୀ, ଭୋଜରାମ ସିହ୍ନା,କୈବଲ ମାଝୀ, ଋଷୁ ବାଘ,ପୁସ୍ତମ ବାଘ,ରଜତ ଜଗତ, ଭବାନୀ ଶଙ୍କର ମାଝୀ, ଚୈତୁରାମ ଦଣ୍ଡସେନା, ଚନ୍ଦାହାଣ୍ଡି ଅଞ୍ଚଳର ବରିଷ୍ଠ ସମାଜ ସେବୀ, ଶିକ୍ଷାବିତ ଓ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହି ସେହି ମହାନ ଆତ୍ମା ଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।