No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୪ ଜୁଲାଇ ରବିବାର) ଭୁବନେଶ୍ଵର :- ପୁରୀରେ ବିମାନ ଉଡାଣକୁ ନେଇ ପ୍ରତିକ୍ରିୟା ରଖିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ୨୦୨୨-୨୩ ସୁଦ୍ଧା ପୁରୀରୁ ବିମାନ ଉଡ଼ିବ । ସବୁ କାମ ଠିକ୍ଠାକ୍ ଚାଲିଲେ ବିମାନ ଉଡିବା ସମ୍ଭାବନା ଉଜ୍ଜ୍ଵଳ ହେବ । ପୁରୀରେ ବିମାନ ବନ୍ଦର ପାଇଁ ଜାଗା ଚିହ୍ନଟ କାର୍ଯ୍ୟ ଆରମ୍ଭ ହୋଇଛି ।
ତେବେ କରୋନା ସ୍ଥିତି ପାଇଁ ବର୍ତ୍ତମାନ ବିମାନ ଉଡାଣ ପ୍ରଭାବିତ ହେଉଛି । ରାଜ୍ୟର ଉତକେଲା, ରାଉରକେଲା, ଜୟପୁର ପ୍ରଭୃତି ସ୍ଥାନରୁ ବିମାନ ଉଡାଣ ପାଇଁ ରାଜ୍ୟ ସରକାର ସହଯୋଗ କରୁଛନ୍ତି । ଏହା ସହ ସମସ୍ତ ଅବିଭକ୍ତ ଜିଲ୍ଲାରେ ଥିବା ଏୟାରଷ୍ଟ୍ରପ୍ ଉନ୍ନତି ପାଇଁ ଆଲୋଚନା ହୋଇଛି ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି ।
No Result
View All Result