ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ୍ ) ଗଡିବନି ଲିଙ୍ଗରାଜ 1.4.2020 ରିପୋର୍ଟ :– ଭୁବନେଶ୍ୱର ଏଥର ଗଡିବନି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ଅଶୋକାଷ୍ଟମୀରେ ଗଡିବାକୁ ଥିବା ଏହି ରଥ ଏବେ ଗଡିବନି ବୋଲି ସୂଚନା ମିଳିଛି । ଆସନ୍ତାକାଲି ଭୁବନେଶ୍ୱରରେ ଏହା ହେବାର ଥିଲା । ମାତ୍ର କରୋନା ସଂକ୍ରମଣକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି ।
ଏହାଛଡା ପରମ୍ପରା ଅନୁଯାୟୀ, ଅଶୋକାଷ୍ଟମୀ ପୂର୍ବଦିନ ରାତିରେ ହେଉଥିବା ମରିଚି କୁଣ୍ଡ ପାଣି ନିଲାମ ମଧ୍ୟ ଅନୁଷ୍ଠିତ ହେବ ନାହିଁ । ଅପୁତ୍ରିକ ମହିଳାମାନେ ସନ୍ତାନ ପ୍ରାପ୍ତି ପାଇଁ ଏହି ମରିଚି କୁଣ୍ଡ ପାଣି ନିଲାମ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥାନ୍ତି । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଭଳି ଏଥିରେ ନିଲାମ ମଧ୍ୟ ଡକାଯାଇଥାଏ ।
ନିଲାମରେ ଏହି ପାଣି ହଜାର ହଜାର ଟଙ୍କାରେ ବିକ୍ରି ହୋଇଥାଏ । ରୂକଣା ରଥ ପୂର୍ବଦିନ ରାତିରେ ଏହି ପାଣି ନିଲାମ ହୋଇଥାଏ । ବିଶ୍ୱାସ ଅଛି ଏହି ପାଣିରେ ଗାଧୋଇଲେ ନିଃସନ୍ତାନ ଦମ୍ପତି ସନ୍ତାନ ଲାଭ କରିଥା’ନ୍ତି । କେଉଁ କାଳରୁ ଗଡ଼ି ଆସିଥିବା ଏହି ବିଶ୍ୱାସ ଓ ପରମ୍ପରା ଏଥର ବନ୍ଦ ହୋଇଛି ।