No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୪ ଜୁଲାଇ ରବିବାର) ପଦ୍ମପୁର :- ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଝିଟିକି ଗ୍ରାମ ପଞ୍ଚାୟତ ଝିଟିକି ଗ୍ରାମର ଚାରି ଜଣ ଅସହାୟ ଗରିବ ବୃଦ୍ଧା ବୃଦ୍ଧି ବାରମ୍ବାର ଆବେଦନ,ନେହୁରା ଗୁହାରି କରିବା ପରେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ସେମାନେ ହେଲେ ବୃଦ୍ଧ ଦମ୍ପତି ଭାଗ କୁମ୍ଭାର(୬୫)ଓ ତାଙ୍କ ସ୍ତ୍ରୀ ପ୍ରମିଳା କୁମ୍ଭାର(୬୪),ଭାଗ କୁମ୍ଭାର ଅନେକ ଦିନ ଧରି ଅଜଣା ରୋଗରେ ପୀଡିତ ହୋଇ ଆଖିକୁ ଭଲ ଦେଖାଯାଉ ନାହିଁ କି କାନ କୁ କିଛି ଶୁଭୁ ନାହିଁ ସେହିପରି ତାଙ୍କ ସ୍ତ୍ରୀଙ୍କ ଅବସ୍ଥା ମଧ୍ୟ ସମାନ,ତାଙ୍କର ଦୁଇଟି ମଧ୍ୟରୁ ଗୋଟିଏ ତାର ପରିବାର ସହ ରହୁଛି ଆଉ ଜଣେ ରୋଜଗାରିଆ ପୁଅ ଯାହାର କି ଚାରି ବର୍ଷ ପୂର୍ବେ ମୃତ୍ୟୁ ହୋଇ ସାରିଛି ।
ଯାହା ଫଳରେ ଉଭୟ ବୃଦ୍ଧା ମାତାପିତା ବହୁ କଷ୍ଟରେ ଜୀବନ କାଟୁଛନ୍ତି, ସେହିପରି ସେହି ଗାଁର ଗୁରୁଜୀ ସୁନା(୬୫) ଙ୍କ ମଧ୍ୟ ନିଜର ବୋଲି କେହି ନାହାଁନ୍ତି ,ସ୍ତ୍ରୀଙ୍କ ମୃତ୍ୟୁ ପରେ ସମ୍ପୂର୍ଣ ଭାବେ ବେସାହାରା ହୋଇ ପାରିଛନ୍ତି। ସେ ମଧ୍ୟ ଭତ୍ତା ପାଇଁ ଅନେକ ଥର ଆବେଦନ କରିଛନ୍ତି ହେଲେ କିଛି ସୁଫଳ ମିଳିଲା ନାହିଁ l ଆଉ ଜଣେ ହେଲେ ଭିନ୍ନକ୍ଷମ ପରମେଶ୍ବର ସୁନା(୫୪) ତାଙ୍କର ଭିନ୍ନକ୍ଷମ ପ୍ରମାଣପତ୍ର ଅଛି। ସେ ମଧ୍ୟ ଅନେକ ଥର ନିଜର ଭିନ୍ନକ୍ଷମ ଭତ୍ତା ଟିଏ ପାଇଁ କାଗଜପତ୍ର ଦେଇଛନ୍ତି ହେଲେ କିଛି ଲାଭ ହେଲା ନାହିଁ ।
ସବୁଠାରୁ ବଡ଼ କଥା ହେଲା ସରପଞ୍ଚ, ଭି.ଏଲ.ଡବ୍ଲୁ ତାଙ୍କ ଗାଁର ସେମାନଙ୍କୁ ଏହି ବୃଦ୍ଧା ବୃଦ୍ଧି ବାରମ୍ବାର ଗୁହାରି କରି କରି ହୋଇ ଯିବ ହୋଇ ଯିବ ଶୁଣି ଶୁଣି ଶେଷରେ ନିରାଶ ହୋଇ ବସି ପଡ଼ିଛନ୍ତି । ସରକାର ମୃତ୍ୟୁପରେ ଭତ୍ତା ଦେବେ କି ବୋଲି କୋହଭରା ସ୍ବରରେ ଜଣାଉ ଥିଲେ । ଏହି ଅସହାୟ ଗରିବ ୪ ଜଣ ଯୋଗ୍ୟ ହିତାଧିକାରୀ ବୃଦ୍ଧ ବୃଦ୍ଧା ଭିନ୍ନ କ୍ଷମ ଙ୍କୁ ବାର୍ଦ୍ଧକ୍ୟ ଭତ୍ତା,ମଧୁ ବାବୁ ପେନସନ ଯୋଜନା ରେ ସାମିଲ କରିବା ର ବ୍ୟବସ୍ଥା କରିବାକୁ ସ୍ଥାନୀୟ ଜନପ୍ରତିନିଧି , ପ୍ରଶାସନ , ତଥା ପଦ୍ମପୁର ଉପ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result