ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ୍ ) ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି 31.3.2020 ରିପୋର୍ଟ :– ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି(କୋଭିଡ ଫଣ୍ଡ) ଓ ପ୍ରଧାନମନ୍ତ୍ରୀଙ୍କ PM CARESକୁ ମୋଟ ୨ କୋଟି ୪ ଲକ୍ଷ ଟଙ୍କା ପ୍ରଦାନ କଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ମାର୍ଚ୍ଚ ୨୫ ତାରିଖରେ ଶ୍ରୀ ପାତ୍ର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (କୋଭିଡ ଫଣ୍ଡ )କୁ ନିଜର ତିନିମାସର ଦରମା ୩ ଲକ୍ଷ ଟଙ୍କା ଦାନ କରିଥିବା ବେଳେ ମୟୁରଭଞ୍ଜ ଜିଲ୍ଲାରେ କରୋନା ମୁକାବିଲା ପାଇଁ ନିଜ ସାଂସଦ ଆଞ୍ଚଳିକ ଉନ୍ନୟନ (MPLAD) ପାଣ୍ଠିରୁ ଏକ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ସେହିପରି ପ୍ରଧାମନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକୁ ଗ୍ରହଣ କରି ମାର୍ଚ୍ଚ ୩୦ ତାରିଖ ଦିନ ଶ୍ରୀ ପାତ୍ର PM CARESକୁ ନିଜର ଗୋଟିଏ ମାସର ଦରମା ୧ ଲକ୍ଷ ଟଙ୍କା ଦାନ କରିଥିବା ବେଳେ MPLAD ପାଣ୍ଠିରୁ ମଧ୍ୟ ଏକ କୋଟି ଟଙ୍କା ଦେଇଛନ୍ତି ।