No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୩ ଜୁଲାଇ , ଶନିବାର ) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ତହସିଲ କାର୍ଯ୍ୟାଳୟ ପକ୍ଷରୁ ରାଜସ୍ୱ ରଥ ମାଧ୍ୟମରେ ସିମନବାଡ଼ି ରାଜସ୍ୱ କାର୍ଯ୍ୟାଳୟ ଠାରେ ତହସିଲଦାର କଳାକୃଷ୍ଣ ପ୍ରଧାନ ୨୦୩ ଜଣ ଆଦିବାସୀ ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଥିବା ଜଣାପଡିଛି । ସିମନବାଡ଼ି ମୌଜା ଅଞ୍ଚଳର ୨୦୩ ଜଣ ଆଦିବାସୀ ଲୋକଙ୍କ ଘରକୁ ଘର ନିଜେ ତହସିଲଦାର ଯାଇ ପଟ୍ଟା ପ୍ରଦାନ କରିଛନ୍ତି ।
ସୂଚନା ଯୋଗ୍ୟ ଯେ, ୨୦୦୯ ମସିହାରେ ଲୋକେ ଜଙ୍ଗଲ ଜମି ପଟ୍ଟା ନିମନ୍ତେ ଆବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସିମନବାଡ଼ି ରାଜସ୍ୱ ନିରୀକ୍ଷକ ବିଜୟ ବେହେରା, ସହକାରୀ ରାଜସ୍ୱ ନିରୀକ୍ଷକ ଗଣେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । (ରିପୋର୍ଟ: ସଞ୍ଜୟ କୁମାର ପାଣିଗ୍ରାହୀ)
No Result
View All Result