ନୟାଗଡ଼ (ଓଡିଶା ତାଜାନ୍ୟୁଜ୍ ) ନୟାଗଡ଼ ବ୍ଲକ 31.3.2020 :- ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପୁଥିବା କରୋନା ଭୂତାଣୁ ସଂକ୍ରମଣ ସମଗ୍ର ମାନବ ସମାଜ ପାଇଁ ଏକ ପ୍ରମୁଖ ଆହ୍ୱାନ ଭାବେ ଉଭା ହୋଇଛି। ଏହାର ସଫଳ ପ୍ରତିରୋଧ ପାଇଁ ପ୍ରତ୍ୟେକ ସ୍ତରରେ ସମ୍ମିଳିତ ପ୍ରଚେଷ୍ଟାର ଆବଶ୍ୟକତା ରହିଛି ।
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ପରେ ଭାଟସାହି ଗ୍ରାମପଞ୍ଚାୟତର ସରପଞ୍ଚ କିଶୋର ଚନ୍ଦ୍ର ସାହୁ 51ହଜାର ଟଙ୍କା ଏବଂ ତାଙ୍କ ପତ୍ନୀ ତଥା ଲକୀ ଟ୍ରେଡରସ୍ ପରିଚାଳନା ନିର୍ଦେଶୀକା ଶ୍ରୀମତୀ ସାରଦା କୁମାରୀ ସାହୁ 51ହଜାର ଟଙ୍କା ପ୍ରଦାନ କରିଛନ୍ତି । ଶ୍ରୀଯୁକ୍ତ ସାହୁ ନିଜ ପଞ୍ଚାୟତ ତଥା ନୟାଗଡ଼ ବ୍ଲକର ଅସୁବିଧାରେ ପଡିଥିବା ଲୋକମାନଙ୍କୁ ସର୍ବଦା ସହଯୋଗର ହାତ ବଢ଼େଇଥାନ୍ତି । ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ତାଙ୍କର ଅବଦାନକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।