No Result
View All Result
ତାଜା ନ୍ୟୁଜ୍ (୩ ଜୁଲାଇ ଶନିବାର) ପଦ୍ମପୁର :- ପାଇକମାଲ ସ୍ଥିତ ଅଗ୍ନି ସମ ବିଭାଗ କାର୍ଯ୍ୟାଳୟ ପରିସରରେ ନୃସିଂହନାଥ ବନାଞ୍ଚଳ ପକ୍ଷରୁ ୭୨ ତମ ବନମହୋତ୍ସବ ସପ୍ତାହ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ନୃସିଂହନାଥ ବନାଞ୍ଚଳ ଅଧିକାରୀ ଗିରିଧାରୀ ପ୍ରଧାନ ମୂଖ୍ୟ ଅତିଥି,ବନପାଲ ଲୋକେଶ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ ପରିବେଶ ସୁରକ୍ଷା ପ୍ରତି ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ରହିଛି । ମତ ପୋଷଣ କରି ଥିଲେ। ମୂଖ୍ୟ ଅତିଥି ଶ୍ରୀ ପ୍ରଧାନ ବର୍ତ୍ତମାନ ଏହି ପରିବେଶ ପ୍ରଦୂଷଣ ହେବାର ସମ୍ଭାବନା ରହିଛି ତାହା କୁ ନିୟନ୍ତ୍ରଣ କରିବା ପାଇଁ ଗଛ ଲଗାଇ ପରିବେଶ ସୁରକ୍ଷା ଦିଗରେ ସମସ୍ତ ସଜାଗ ହେବାକୁ ପଡିବ ।

ବର୍ତ୍ତମାନ ସାରା ବିଶ୍ବରେ କରୋନା ବିପତ୍ତି ସମୟରେ ଲୋକେ ଅମ୍ଳଜାନ ଅଭାବ ଯୋଗୁଁ ମୃତ୍ୟୁ ମୁଖରେ ପଡୁଛନ୍ତି । ଏଣୁ ଆମେ ସମସ୍ତେ ଜଣେ ଜଣେ ଦଶ ଗୋଟି ଲେଖାଏଁ ଗଛ ଲଗାଇ ପରିବେଶ ସୁରକ୍ଷା ଦିଗରେ ସମସ୍ତ ଙ୍କର ସହଯୋଗ କାମନା କରିଥିଲେ। ଏହି ଅବସରରେ ଅଗ୍ନି ସମ ବିଭାଗ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ୫୦ ପ୍ରକାରର ୫୦ ଗୋଟି ଫୁଲ ଜାତୀୟ ଓ ଔଷଧୀୟ ଚାରା ରୋପଣ କରିଥିଲେ । ଆଜି ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବନକର୍ମଚାରୀ ତଥା ଫରେଷ୍ଟ ଗାର୍ଡ ,ଇଲ ଲାଇଭ ସ୍ବାର୍ଡ ଓ ଅଗ୍ନି ସମ ବିଭାଗ କର୍ମଚାରୀ ଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result