No Result
View All Result
ତାଜା ନ୍ୟୁଜ୍ (୩ ଜୁଲାଇ ଶନିବାର) ପଦ୍ମପୁର :- ବରଗଡ଼ ବିଦ୍ୟୁତ୍ ଅଧିନସ୍ଥ ସୋହେଲା ସେକସନ ର ଜୁନିୟର ଇଞ୍ଜିନିୟର ଉମେଶ କୁମ୍ଭାର ଙ୍କୁ ଦୁବୃର୍ତ୍ତ ମାନେ ମାରଣାନ୍ତକ ଆକ୍ରମଣ କରିଥିଲେ । ଦଶମାଇଲ ୩୩/୧୧ କେଭି ଗ୍ରୀଡ ସବ୍ ଷ୍ଟେସନ ରେ ଶିରଗିଡା ଫିଡର ର ବିଦ୍ୟୁତ ସରବରାହ ସଜାଡ଼ିବା ସହିତ ବିଦ୍ୟୁତ ଯୋଗାଣ କାର୍ଯ୍ୟ କରୁଥିବା ସମୟରେ ସୋହେଲା ଗାଁ ର ଋକଧର ବେହେରା , ବିନୋଦ ସା , ନାରାୟଣ ସା ,ଖିରେଶ୍ଵର ସା , ଡାକ୍ତର ସା ,ଶିଦ୍ଧେଶ୍ଵର ସା , ଅକ୍ଷୟ ଭୋଇ , ରାଜେଶ ସାହୁ ଏବଂ ଅନ୍ୟ ମାନେ କାର୍ଯ୍ୟରତ ଜେଇ ଶ୍ରୀ କୁମ୍ଭାର ଙ୍କୁ ବାଡି , ପଥର ,ଇଟା ଦ୍ଵାରା ଆକ୍ରମଣ କଲେ ।
ଜାତି ଆକ୍ଷେପ କରି ଅଶ୍ଲିଲ ଭାଷା ରେ ଗାଲିଗୁଲଜ କଲେ । ପଥର ମାଡରେ ଶ୍ରୀଜେଇ ମୁଣ୍ଡରେ ଗଭୀର ଆଘାତ ରକ୍ତ ସ୍ରାବ ହେଲା । ଲାଠିରେ ପିଟିବା ଦ୍ଵାରା ତାଙ୍କ ଶରୀରର ବିଭିନ୍ନ ଅଂଶରେ ଆଘାତ ହୋଇଥିଲା । ଘଟଣା କୁ ନେଇ ଶ୍ରୀ କୁମ୍ଭାର ସୋହେଲା ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ସୋହେଲା ଥାନ କେଶ ନଂ ୧୪. ତା ୩୦ .୬.୨୦୨୧ ଆଇପିସି ଧାରା ଦଫା ୧୪୭,୧୪୮,୨୯୪,୩୫୩, ୩୩୨, ୫୦୬,୧୪୯ , ଏବଂ ଏସ୍ ଟି ଏସସି ପ୍ରିଭେନସନ ଅଫ୍ ଏଟ୍ରୋସିଟି ଏକ୍ଟର ଦଫା ୩(୧) ଆର୍ ୩ ୨(ଏସ) ଓ ୩ ୧(ଭି) ରେ ଏକ ମାମଲା ରୁଜୁ ହୋଇଛି । ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଭାର ଡିଏସପି କୁ ଦିଆଯାଇଛି ।
ତେବେ ବିଦ୍ୟୁତ ବିତରଣ ଉତ୍ପାଦନ ଯୋଗାଣ ସେବା ଏକ ଜରୁରୀ ସେବା ହୋଇଥିବା ରୁ ଅଭିଯୁକ୍ତ ମାନଙ୍କୁ ଏସମା ଏକ୍ଟ ରେ ଗିରଫ କରିବାକୁ 6ୱ।ସ୍କୋ ,ୟୁଟିଲିଟି ଏସସି ଏସ୍ ଟି ଏମ୍ଳଇଜ ୱଲଫେୟାର ଏସୋସିଏସନ ର ସଭାପତି ନୀରଞ୍ଜନ ବିଶି , ସାଧାରଣ ସଂପାଦକ ଜୟଦେବ ମିର୍ଦ୍ଧା , ଉପସଭାପତି ସୁନିଲ ମୁଗ୍ରୀ , ପୂର୍ଣ୍ଣ ଚନ୍ଦ୍ର ମାଝି , କେଦାର ଧରୁଆ , ଶଙ୍କର କିସାନ , ସହ ସମ୍ପାଦକ ଲଲିତ ନାଏକ , କୋଷାଧ୍ୟକ୍ଷ ଟିକନାଥ ବାଦୀ , କାର୍ଯ୍ୟ କାରି ସଭାପତି ଅରବିନ୍ଦ ଛତ୍ରିଆ ପ୍ରମୁଖ ଦାବି କରିଛନ୍ତି । କାର୍ଯ୍ୟରତ ବିଦ୍ୟୁତ କର୍ମଚାରୀ ମାନଙ୍କ ସୁରକ୍ଷା ,ଗ୍ରୀଡ ସବ୍ ଷ୍ଟେସନ ,ଫ୍ୟୂଜ କଳ , ଅଫିସ ରେ ସୁରକ୍ଷା ଗାର୍ଡ ମୁତୟନ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result