No Result
View All Result
ତାଜା ନ୍ୟୁଜ୍ (୩ ଜୁଲାଇ ଶନିବାର) ରଣପୁର/ରିପୋର୍ଟ ଅଭିମନ୍ୟୁ ମହାରଣା :- ରଣପୁର ଏନ୍ଏସି ର ୧୦ ନମ୍ବର ଓ ୧୧ ନମ୍ବର ୱାର୍ଡ ର ମଧ୍ୟ ଭାଗରେ ଯଥା ଗୋଡିପାଟଣା ସହି ଯଥା ମୁସଲିମ ସାହି ପଛପଟେ ଥିବା ଡ୍ରେନ ଟି ଅତ୍ୟନ୍ତ ଖରାପ ହୋଇ ଯାଇଥିବାରୁ ଏନଏସି ତରଫରୁ ପୁନଃ ନିର୍ମାଣ କରିବା ପାଇଁ କଣ୍ଟ୍ରାକ୍ଟର ଶ୍ରୀ ଦୀପ୍ତି ରଞ୍ଜନ ମହାପାତ୍ର ( ଲୁନା ) ଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଉକ୍ତ ଡ୍ରେନ କାମଟି ଠିକ୍ ଢଙ୍ଗର ହେଉନଥିବାରୁ ଉଭୟ ସାହିର ଯଥା ଗୋଡିପାଟଣା ସାହି ଓ ମୁସଲିମ ସାହି ର ଜନସାଧାରଣ ଏହାକୁ ବିରୋଧ କରୁଥିବାର ଦେଖାଦେଇଥିଲା । ଏହାକୁ ବିରୋଧ କରି ଗତ କାଲି ଡ୍ରେନ କାର୍ଯ୍ୟକୁ ବନ୍ଦ ରଖି ସ୍ଥାନୀୟ ଲୋକମାନେ ଏନଏସି ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଙ୍କ ନିକଟରେ ଅଭିଯୋଗ କରିଥିଲେ ।
କିନ୍ତୁ ପରବର୍ତ୍ତୀ କାଳରେ ଉକ୍ତ କାର୍ଯ୍ୟ ବନ୍ଦ ନହୋଇ
\ଠିକାଦାର ସେହି କାମ କୁ କରିଚାଲିଥିଲେ । ଏଥିରୁ ଯନ୍ତ୍ରୀ କେତେ ଦୂର ଠିକାଦାର ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ତାହା ଏହି ନିମ୍ନ ମାନର କାମରୁ ଜଣାପଡୁଛି ବୋଲି ସ୍ଥାନୀୟ ବାସିନ୍ଦା ମତ ରଖିଛନ୍ତି । ଫଳତଃ ୧୦ ନମ୍ବର ୱାର୍ଡ ର ଜନସାଧାରଣ ଏବଂ ୧୧ ନମ୍ବର ସାହି ର ଜନସାଧାରଣ ଏକତ୍ରିତ ହୋଇ ଏକ ଅଭିଯୋଗ ପତ୍ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ନିକଟରେ ଦାଖଲ କରିଥିବା ଜଣାପଡ଼ିଛି । କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନଏସି ର ଜେଇ ଙ୍କୁ ଡାକି କାମ ସମ୍ବନ୍ଧରେ ପଚାରିବା ସହିତ ଠିକାଦାରଙ୍କୁ ଡକାଇଥିଲେ ।
ଠିକାଦାର ଓ ତାଙ୍କ ପ୍ରତିନିଧି ଅନୁପସ୍ଥିତ ରହିବାରୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉକ୍ତ କାର୍ଯ୍ୟ କୁ ବନ୍ଦ ରଖିବା ପାଇଁ ନିର୍ଦେଶ ଦେଇଥିଲେ । ତେବେ ଠିକାଦାର ନିମ୍ନମାନର କାର୍ଯ୍ୟ କରୁଥିବା ସହିତ ସର୍ତ୍ତ ମୂଳକ ଭାବେ ଅର୍ଥାତ ଏଷ୍ଟିମେଣ୍ଟ ହିସାବରେ କାମ କରୁନଥିବାରୁ ସେହି କାର୍ଯ୍ୟ କୁ ବନ୍ଦ ରଖାଯାଉ ବୋଲି ଦାବି ପତ୍ର ରେ ଉଲ୍ଲେଖ କରାଯାଇଥିଲା ଏତଦବ୍ୟତୀତ ଏକ ନିରପେକ୍ଷ କମିଟି ମାଧ୍ୟମରେ ତଦାରଖ କରାଯିବା ପରେ ଡ୍ରେନ କାର୍ଯ୍ୟ କୁ ଆରମ୍ଭ କରାଯାଉ ବୋଲି ସୁଚାଇଥିଲେ ।
ଏହାକୁ ବିଚାର କରି କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ମତ ଅନୁସାରେ ସେ ନିଜେ ସେହି କାର୍ଯ୍ୟ ର ତଦାରଖ ନକରିବା ପର୍ଯ୍ୟନ୍ତ ସେହି କାମ କୁ ସ୍ଥଗିତ ରଖିବା ପାଇଁ ନିର୍ଦେଶ ଦେଇଥିବା ଜଣାଯାଇଛି । ତେବେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କର ଏଭଳି କାର୍ଯ୍ୟକୁ ଉଭୟ ୱାର୍ଡ ର ଲୋକ ପ୍ରଶଂସା କରିବା ସହ ଜେଇ ଙ୍କ କଥାକୁ ପାଳନ ନକରି ଜବରଦସ୍ତି କାର୍ଯ୍ୟ କରୁଥିବା କଣ୍ଟ୍ରାକ୍ଟର ଙ୍କୁ ଘୋର ନିନ୍ଦା କରିଥିଲେ । ତେବେ ଏହିଭଳି କଣ୍ଟ୍ରାକ୍ଟର ଙ୍କ ସହିତ ଜେଇଙ୍କ ର ମଧୁଚନ୍ଦ୍ରିକା ଥିବା କଥା ଜନସାଧାରଣ ରେ ଚର୍ଚ୍ଚା ହେଉଛି ।
No Result
View All Result