No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨ ଜୁଲାଇ ଶୁକ୍ରବାର ) ବରଗଡ଼ :- ବରଗଡ଼ ଜିଲ୍ଲା ରେ ମୁଖ୍ୟତଃ କୃଷି, ଜଙ୍ଗଲ ଜାତ ଦ୍ରବ୍ଯ ସଂଗ୍ରହ ଓ ହସ୍ତତନ୍ତ କୁ ଜୀବନ ଜୀବିକା ଭାବେ ଗ୍ରହଣ କରି ଚଳୁଛନ୍ତ । ତାଙ୍କ ଏହି ଜୀବିକା କିପରି ଭାବେ ପରବର୍ତ୍ତୀ ସୋପାନ କୁ ନେଇ ଉତ୍ପାଦନ କାରୀ ମାନଙ୍କୁ ଦୀର୍ଘ ସ୍ଥାୟୀ ଜୀବିକା ଦିଆ ଯାଇ ପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ମୋନିଷା ବାନାର୍ଜୀ ତାଙ୍କ ପ୍ରଥମ ବୈଠକ ରେ ଆହ୍ବାନ କରିଥିଲେ। ଆଜି ଜିଲ୍ଲା ଉନ୍ନୟନ ସଂସ୍ଥା ର ସମ୍ମିଳନୀ କକ୍ଷଠାର ଉତ୍ପାଦନ କାରୀ କମ୍ପାନୀ ଏବଂ ଗ୍ରାମୀଣ ଜୀବିକା ମିଶନର ବାର୍ଷିକ ଯୋଜନା ର ବୈଠକ ଆୟୋଜିତ ହୋଇଥିଲା । ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଆଗାମୀ ଦିନରେ ବରଗଡ଼ ଜିଲ୍ଲା ର ଚାଷୀ ଏବଂ ହସ୍ତତନ୍ତ କାରିଗର ଙ୍କ ପାଇଁ ନୂତନ ଯୋଜନା ଗୁଡିକ କିପରି ସଫଳ ରୂପାୟନ ହୋଇ ପାରିବ ସେଥିପ୍ରତି ବିଭାଗୀୟ ଅଧିକାରୀ ଏବଂ ଉତ୍ପାଦକ ଗୋଷ୍ଠୀ ମାନଙ୍କ ଉଦ୍ୟୋଗ ମିତ୍ର , ନବ ଗଠିତ କମ୍ପାନୀ ର ବୋର୍ଡ଼ ଅଫ ଡାଇରେକ୍ଟର ଙ୍କୁ ଦୃଷ୍ଟି ଦେବାକୁ କହିଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ, ଉତ୍ପାଦକ ଙ୍କ ସଦସ୍ୟ ମାଲିକାନା, ଉତ୍ପାଦକ ସଂଗଠନ କିମ୍ବା ଉତ୍ପାଦକ କମ୍ପାନୀ ର ସଂଗୃହିତ କାରବାର ର ମୂଳ ଉଦ୍ଦେଶ୍ୟ ହେଉଛି ଲାଭ ବୃଦ୍ଧି କରିବା। ବୈଠକରେ ଜିଲ୍ଲା ରେ ଧାନ ବ୍ୟତୀତ ବିଭିନ୍ନ ଲାଭକାରୀ ଫସଲ ଯଥା ମାଣ୍ଡିଆ,ଛତୁ, ଜୈବିକ ସାର ପ୍ରୟୋଗ ରେ ପନିପରିବା ଚାଷ କରିବାକୁ ଆଲୋଚନା ହୋଇଥିଲା । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ କୃତି ବାସ ରାଉତ, ଡିପିଏମ -ଓ ଏଲ ଏମ ଶଙ୍କର ଜଲାନ,ଓରମାସ ର ଅଧିକାରୀ ରାଜ ଗୋପାଳ ଦାସ,ପ୍ରଭାତ କୁମାର ସାହୁ ବିଜେ ଆଲୋଚନା ଅଂଶ ଗ୍ରହଣ କରିଥିଲେ । ଶେଷରେ ଏପିଡି ସୁନୀଲ କେରକେଟା ଧନ୍ୟବାଦ ଅର୍ପଣ କରିଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
No Result
View All Result