No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୨ ଜୁଲାଇ , ଶୁକ୍ରବାର ) ବାଲିଗୁଡ଼ା :- କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ମହାସିଙ୍ଗି ୫୯ ନମ୍ବର ଜାତୀୟ ରାଜପଥ ଧୂଙ୍ଗିଆ ଦେଇ ନିକଟରେ ଶୁକ୍ରବାର ଅପରାହ୍ନ ରେ ଏକ ଅଜଣା ଗାଡି ଧକ୍କା ରେ ବାଇକ ଦୁର୍ଘଟଣା ଘଟି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି | ମୃତକ ଦ୍ୱୟ ହେଲେ କ.ନୁଆଗାଁ ଥାନା ଜୁରୁକୁପଡା ଗ୍ରାମର ତିମନ୍ତ ଦିଗାଳ ହୋଇଥିବା ବେଳେ ଅନ୍ୟ ଜଣକ ବାଲିଗୁଡ଼ା ଥାନା ଗୁମାପଦର ବାଲିସାହିର ସୁବଳ ଦିଗାଳ ବୋଲି ଜଣାପଡ଼ିଛି ।

ସୂଚନା ପ୍ରକାରେ ମୃତକ ଦୁଇଜଣ ଶୁକ୍ରବାର ଅପରାହ୍ନ ରେ ସିର୍ତ୍ତିଗୁଡ଼ା ଅଞ୍ଚଳରୁ ବାଲିଗୁଡ଼ା ଅଭିମୁଖେ ଆସୁଥିବା ବେଳେ ମହାସିଙ୍ଗି ଧୂଙ୍ଗିଆଦେଇ ଠାରେ ବାଇକଟି ଏକ ଅଜଣା ଗାଡି ସହ ଧକ୍କା ଘଟି ରାସ୍ତାରେ ଗୁରୁତର ପଡିଥିଲେ ବାଇକ ଆରୋହୀ ଦୁଇଜଣ । ପରେ ଖବର ପାଇ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଦୁଇ ମୋଟରସାଇକେଲ ଆରୋହୀଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ମୋଟରସାଇକେଲ ଆରୋହୀ ଦ୍ୱୟଙ୍କୁ ମୃତ ଘୋଷଣା କରିଛନ୍ତି । (ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ)
No Result
View All Result