No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୨ ଜୁଲାଇ , ଶୁକ୍ରବାର ) ଓଡ଼ଗାଁ :- ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପତ୍ର ସଂଖ୍ୟା -୨୫୪୨୯/ ଅନୁଯାୟୀ ଓଡ଼ଗାଁ ବ୍ଲକ କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟର ନୂତନ ସଭାପତି ଭାବେ ଡ଼ଃ ଗୋପୀନାଥ ସାହୁ ଆଜି ଦାଇତ୍ୱ ଗ୍ରହଣ କରିଛନ୍ତି । ସେ ଲାଗି ଆଜି କଲେଜ ତରଫରୁ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇ ଶ୍ରୀ ସାହୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । କଲେଜର ଅଧ୍ୟକ୍ଷ ଭାବଗ୍ରାହୀ କର ସରକାରଙ୍କ ଏଭଳି ଉଦ୍ୟମକୁ ସ୍ୱାଗତ କରିଥିବା ବେଳେ ନବ ନିର୍ବାଚିତ ସଭାପତି ମହାବିଦ୍ୟାଳୟର ଉନ୍ନତି ପାଇଁ ଏକମନ ଓ ପ୍ରାଣରେ ଅଗ୍ରଗାମୀ ହେବାପାଇଁ ସମସ୍ତ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ ।
ସଭାପତି ଭାବେ ଶ୍ରୀ ସାହୁ ମନୋନୀତ ହେବାପରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଆଜିର କାର୍ଯ୍ୟକ୍ରମକୁ ଇଂରାଜୀ ଅଧ୍ୟପାକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ସାହୁ ସଂଯୋଜନା କରିବା ସଙ୍ଗେ ସଙ୍ଗେ ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀଯୁକ୍ତ ଅବନିକାନ୍ତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । (ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ)
No Result
View All Result