No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୨ ଜୁଲାଇ , ଗୁରୁବାର ) ଓଡ଼ଗାଁ :- ଜାତୀୟ ଡାକ୍ତର ଦିବସ ଅବସରରେ ଆଞ୍ଚଳିକ ବିକାଶ ପରିଷଦ , ଓଡ଼ଗାଁ ଆନୁକୁଲ୍ୟରେ ଡାକ୍ତର ମାନଙ୍କୁ ଉତ୍ସାହିତ କରିବା ଲାଗି ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାମାରୀ କରୋନା ସମୟରେ ଅନେକ ଜୀବନ ଚାଲିଯାଇଥିବା ବେଳେ ନିଜ ଜୀବନକୁ ବାଜି ଲଗାଇ ସାଧାରଣ ଲୋକଙ୍କ ଜୀବନ ରକ୍ଷା ଲାଗି ଚେଷ୍ଟା ଜାରି ରଖିଛନ୍ତି ।
ଆଞ୍ଚଳିକ ବିକାଶ ପରିଷଦ ଓଡ଼ଗାଁର ସଭ୍ୟମାନେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ବଳରାମ ପ୍ରଧାନ , ନୀଳନ ଦାସ , ଭାଗିରଥି ପ୍ରଧାନ ,ପୁଷ୍ପ ଗୁଚ୍ଛ ପ୍ରଦାନ କରି ଉତ୍ସାହିତ କରିବା ସହିତ ଡାକ୍ତରଖାନା କର୍ମଚାରୀ ରାଜେନ୍ଦ୍ର ପ୍ରଧାନ , ସୁଲତା ବାରିକ , ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଆଞ୍ଚଳିକ ବିକାଶ ପରିଷଦ ସୁଶାନ୍ତ କୁମାର ସାହୁ , ପ୍ରକାଶ କୁମାର ଦାସ , ବିରେନ୍ଦ୍ର କୁମାର ନନ୍ଦ , ବିଜୟ ପ୍ରଧାନ , ପ୍ରଫୁଲ୍ଲ ମହାନ୍ତି ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରିଥିଲେ । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result