No Result
View All Result
1. କାଳିଆ ଯୋଜନାରେ ସବୁ ଭୂମିହୀନ ଚାଷୀ ପରିବାରକୁ ମଧ୍ୟ ୩ଟି କିସ୍ତିରେ ୨୦୭ କୋଟି ଟଙ୍କା ସହାୟତା ଯୋଗାଇ ଦିଆଯିବ ।
2. ମନରେଗା ଶ୍ରମିକଙ୍କୁ ଅଧିକ ୫୦ ଟଙ୍କାର ମଜୁରୀ ସହ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ପ୍ରତି ହିତାଧିକାରୀଙ୍କୁ ଜୁଲାଇରୁ ନଭେମ୍ବର ଯାଏ ମୁଣ୍ଡପିଛା ୫ କେଜି ମାଗଣା ଚାଉଳ ପ୍ରଦାନ କରିବେ ସରକାର ।
3. ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀ ଲୋକଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଓଡ଼ିଶା ତାଜା ନ୍ୟୁଜ (୧ ଜୁଲାଇ ଗୁରୁବାର ) ଭୁବନେଶ୍ୱର :- ଭୂମିହୀନ ଚାଷୀଙ୍କୁ ସରକାର ଅତିରିକ୍ତ ହଜାରେ ଟଙ୍କା ଲେଖାଏଁ କୋଭିଡ୍ ସହାୟତା ଯୋଇବାକୁ ଘୋଷଣା କରିଥିଲେ । ଆଜି ମୁଖ୍ୟମନ୍ତ୍ରୀ ଏ ସହାୟତା ବଣ୍ଟନର ଶୁଭାରମ୍ଭ କରିବେ । କାଳିଆ ଯୋଜନାରେ ସବୁ ଭୂମିହୀନ ଚାଷୀ ପରିବାରକୁ ମଧ୍ୟ ୩ଟି କିସ୍ତିରେ ୨୦୭ କୋଟି ଟଙ୍କା ସହାୟତା ଯୋଗାଇ ଦିଆଯିବ । ଉଲ୍ଲେଖଯୋଗ୍ୟ, ନିକଟରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର କୋଭିଡ୍ ପ୍ୟାଜେକ୍ ଘୋଷଣା କରିଥିଲେ । ଘୋଷଣା ଅନୁସାରେ ସହରାଞ୍ଚଳରେ ଗରିବମାନଙ୍କୁ କାମଧନ୍ଦା ଯୋଗାଇବାକୁ ଆରମ୍ଭ ହେବ ‘ମୁକ୍ତା’ ଯୋଜନା ।
ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ଦେଢ଼ ହଜାର ଏବଂ ଆଦିମ ଆଦିବାସୀ ପରିବାରକୁ ୫ ହଜାର ଟଙ୍କା କୋଭିଡ୍ ସହାୟତା ମିଳିବ । ମନରେଗା ଶ୍ରମିକଙ୍କୁ ଅଧିକ ୫୦ ଟଙ୍କାର ମଜୁରୀ ସହ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ପ୍ରତି ହିତାଧିକାରୀଙ୍କୁ ଜୁଲାଇରୁ ନଭେମ୍ବର ଯାଏ ମୁଣ୍ଡପିଛା ୫ କେଜି ମାଗଣା ଚାଉଳ ପ୍ରଦାନ କରିବେ ସରକାର । ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀ ଲୋକଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
No Result
View All Result