ଶ୍ରୀ ଅଗ୍ରୱାଲ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ କଟକ , ଶ୍ରୀ ଭବାନୀ ଶଙ୍କର ଚୟନିଙ୍କୁ ଚେକ ପ୍ରଦାନ କରିଥିଲେ ।
କଟକ (ଓଡିଶା ତାଜାନ୍ୟୁଜ୍ ) ଭୁବନେଶ୍ୱର 30.3.2020 :- ସମ୍ପ୍ରତି କରୋନା ମହାମାରୀ ର ମୁକାବିଲା ପାଇଁ ସମସ୍ତେ ତତ୍ପର ଥିବାବେଳେ କଟକର ବାଙ୍କ ବଜାରର ବ୍ୟବସାୟୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଏଗାର ହଜାର ଏକ ସହ ଏଗାର ଟଙ୍କା ପ୍ରଦାନ କରି ସମସ୍ତଙ୍କ ହୃଦୟ ଜିଣିପାରିଛନ୍ତି । ବିଶ୍ବରେ ବ୍ୟାପିଥିବା ଏହି ମହାମାରୀର କରୋନା ଭାଇରସ ମୁକାବିଲା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ତିନି ମାସର ଦରମା ରିଲିଫ ପାଣ୍ଠିକୁ ପ୍ରଦାନ କରିଥିବା ବେଳେ ଶ୍ରୀ ଅଗ୍ରୱାଲଙ୍କ ଏହିଭଳି ବଦାନ୍ୟତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।