ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ୍ ) ଲୋକସେବା ଭବନ 30.3.2020 ରିପୋର୍ଟ – ସୋନାଲି :- ଆଜି ପ୍ରଥମଥର ପାଇଁ ଲୋକସେବା ଭବନରେ ବିଧାନସଭା ବୈଠକ ହୋଇଥିଲା । ବିଧାନସଭା ବୈଠକରେ ପାରିତ ହୋଇଛି ବ୍ୟୟ ମଞ୍ଜୁରି ବିଲ୍ । ସବୁ ଦଳର ୩୦% ବିଧାୟକଙ୍କ ଉପସ୍ଥିତିରେ ଏହି ବିଲ୍ ପାସ ହୋଇଥିବା ସୂଚନା ମିଳିଛି ।
ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ମଧ୍ୟ ଗିଲୋଟିନରେ ପାସ୍ ହୋଇଥିବା ନେଇ ସୂଚନା ରହିଛି । ଏହାସହ ବିଧାନସଭାର ବଜେଟ ଅଧିବେଶନ ଶେଷ ହୋଇଥିବା ନେଇ ଜଣାପଡ଼ିଛି ।