No Result
View All Result
ଆଜି ରଣପୁର ଉପର ମଣିନାଗ କୁ ଯୋଉଁ ରାସ୍ତା ଯାଇଛି ସେ ରାସ୍ତା ହେବା ପାଇଁ ଜୀମୁତ ମଙ୍ଗରାଜ ଙ୍କର ଉଦ୍ୟମ ଏବେ ଚର୍ଚ୍ଚା ର ବିଷୟ ହୋଇଛି
ଓଡ଼ିଶା ତାଜା ନ୍ୟୁଜ (୨୯ ଜୁନ୍ ମଙ୍ଗଳବାର ) ରଣପୁର :- ବରିଷ୍ଠ ସାମ୍ବାଦିକ ଜୀମୂତ ବାହନ ମଙ୍ଗରାଜଙ୍କ ବିୟୋଗରେ ରଣପୁର ପ୍ରେସ କ୍ଲବ ତରଫରୁ ଶୋକ ପ୍ରକାଶ । ଗତ କାଲି ନିଜ ଗ୍ରାମ ରୁ ଭୁବନେଶ୍ୱ ର ଫେରୁଥିବାବେଳେ ସଡକ ଦୁଃର୍ଘଟଣା ରେ ପ୍ରାଣ ହରାଇଥଲେ । ତାଙ୍କର ଏହ ଖବର ଜଣାପଡିବା ପରେ ରଣପୁର ଜନସାଧାରଣ ଦୁଃଖ ପ୍ରକାଶ କରିଛନ୍ତି । ଶ୍ରୀ ମଙ୍ଗରାଜ ବାଲ୍ୟକାଳର ଧ୍ୟଳିଧୂସର ହୋଇ ଏହି ରଣପୁର ରେ ବଢିଥିଲେ । ତାଙ୍କର ରଣପୁର ସହ ନୀବିଡ ସମ୍ପର୍କ ଏବେ ରଣପୁର ରେ ଚର୍ଚ୍ଚା ର ବିଷୟ ହୋଇଛି । ଖବର ନେବାରେ ଜଣାଯାଏ ଗତକାଲି ସଂନ୍ଧ୍ୟା ରେ ଏକ ସଡକ ଦୁଃର୍ଘଟଣାରେ ଶ୍ରୀ ମଙ୍ଗରାଜ ଙ୍କର ପରଲୋକ ହୋଇଯାଇଥିଲା । ଶ୍ରୀ ମଙ୍ଗରାଜ ଙ୍କ ଘର ହେଲା ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ସରପାରି ଗ୍ରାମ ରେ ।
ରଣପୁର ରୁ ସରପାରି ୧୭ କିମି ଦୂର । ଜୀମୁତ ଙ୍କର ବାପା ରଣପୁର ରେ ଚାକିରି କରିଥିଲେ । ଯାହାଫଳରେ ଜୀମୁତ ତାଙ୍କର ବାଲ୍ୟକାଳ ଏହି ରଣପୁର ରେ କଟାଇଥିଲେ । ରଣପୁର ବିସିହାଇସ୍କୃଲ ର ସେଥିଲେ ପୂର୍ବତନ ଛାତ୍ର । ବିସିହାଇସ୍କୃଲ ର ପୂର୍ବତନ ଛାତ୍ର ହିସାବ ରେ ଅନେକ ସହିତ ସେ ଜଡିତ ଥିଲେ । ପିଲା କାଳ ରେ ରଣପୁର ମାଟି ରେ ସେ ଗଢା ହୋଇଥିଲେ । ଅନେକ ସଭାସମିତି ରେ ସେ ଯୋଗ ଦେଇ ରଣପୁର ମନ୍ଦାକିନୀ ନଈରେ ଗାଧୁଆ , ପାହାଡ ଚଢି ମଣିନାଗ ଦର୍ଶନ ଓ କିଭଳି ଆମ୍ବ ଗଛରେ ଚଢି ତାଙ୍କର ବାଲ୍ୟ କାଳ ରେ କଟୁଥିଲା ସେ କଥା ସେ ବର୍ଣଂନା କରୁଥିଲେ । କେବଳ ଏତିକି ନୁହେଁ ରଣପୁର ଉପର ମଣିନାଗ କୁ ଯାଇଥିବା ରାସ୍ତା ରେ ସେ ଥିଲେ କର୍ଣଂଧାରା ।
ଯେତେବେଳେ ଦୁର୍ଗମ ପଥ ଦେଇ ମଣିନାଗ ପାହାଡ କୁ ଯିବାକୁ ପୁଡୁଥିଲା ସେତେବେଳେ ଜୀମୁତ ମଙ୍ଗରାଜ ଓ ଭୁବନେଶ୍ୱର ର ପୂର୍ବତନ ମେୟର ତଥା ବିସିହାଇସ୍କୃଲ ର ପୂର୍ବତନ ଛାତ୍ର ମିହୀର ମାହାନ୍ତି ଅନେକ ବାର ଆସି ତଳମଣିନାଗ ପୀଠ ରେ ବସି ଉପର ମଣିନାଗ କୁ କିଭଳି ରାସ୍ତା ନିର୍ମାନ କରାଜିବ ସେ ବିଷୟ ରେ ସହେଯାଗ ର ହାତ ବଢାଇ ଥିଲେ । ଆଜି ଉପର ମଣିନାଗ କୁ ଯୋଉଁ ରାସ୍ତା ଯାଇଛି ସେ ରାସ୍ତା ହେବା ପାଇଁ ଜୀମୁତ ମଙ୍ଗରାଜ ଙ୍କର ଉଦ୍ୟମ ଏବେ ଚର୍ଚ୍ଚା ର ବିଷୟ ହୋଇଛି । ଶ୍ରୀ ମଙ୍ଗରାଜ ଙ୍କର ମୃତ୍ୟୁ ରେ ରଣପୁର ପ୍ରେସ କ୍ଲବ ତରଫରୁ ଶୋକ ପ୍ରକାଶ କରାଯାଇଛି ।
No Result
View All Result