କରୋନା ଭ୍ୟାକ୍ସିନ ନେବା ପାଇଁ ବିଡ଼ିଓ ଙ୍କ ଅନୁରୋଧ

ଓଡ଼ିଶା ତାଜା ନ୍ୟୁଜ (୨୯ ଜୁନ୍‌ ମଙ୍ଗଳବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ନୂତନ ବିଡ଼ିଓ ଭାବେ ପ୍ରମୋଦ କୁମାର ନାୟକ ଯୋଗ ଦେଇଛନ୍ତି। କରୋନା ଭ୍ୟାକ୍ ସିନ ନେବା ପାଇଁ ୧୮ ରୁ ଉର୍ଦ୍ଧ୍ବ ବୟସ୍କ ଅଧିକାଂଶ ନାଗରିକ ମାନେ ନୂଆଗାଁ ବ୍ଲକ୍ ରେ ଅମଙ୍ଗ ହେଉଛନ୍ତି । କରୋନା ମହାମାରୀ ରୁ ସୁରକ୍ଷିତ ରହିବା ପାଇଁ ଭ୍ୟାକସିନ ନେବା ନିହାତି ଆବଶ୍ୟକ ବୋଲି କହିବା ସହ ନୂତନ ବିଡ଼ିଓ ଶ୍ରୀ ନାୟକ ଦୁଇଥର ଭ୍ୟାକ ସିନ ନେଇଥିବା ପ୍ରକାଶ କରିଥିଲେ ।

ଏପରିକି ତାଙ୍କ ପରିବାର କରୋନା ରେ ଆକ୍ରାନ୍ତ ହୋଇଥିବା ବେଳେ ଦୁଇଥର ଭ୍ୟାକ୍ ସିନ ନେଇଥିବା ଯୋଗୁଁ କରୋନା ପରୀକ୍ଷା ରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବା ପ୍ରକାଶ କରିଥିଲେ।ତେଣୁ ଭୟଭୀତ ନ ହୋଇ କରୋନା ଭ୍ୟାକ୍ସିନ ନେବା ପାଇଁ ନୂଆଗାଁ ବ୍ଲକ୍ ର ୧୮ ରୁ ଉର୍ଦ୍ଧ୍ବ ନାଗରିକ ମାନଙ୍କୁ ନୂତନ ବିଡ଼ିଓ ପ୍ରମୋଦ କୁମାର ନାୟକ ଅନୁରୋଧ କରିଛନ୍ତି । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)