କଟକ, ଅଶ୍ୱିନୀ ଡାକ୍ତରଖାନା (ଓଡିଶା ତାଜାନ୍ୟୁଜ୍ ) ଅଶ୍ୱିନୀ ଡାକ୍ତରଖାନା 2020 :- ଭୁବନେଶ୍ୱର ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟ ଉପଦେଷ୍ଟା ଆର.ବଲାକ୍ରିଷ୍ଣନ୍ ଆଜି କଟକରେ ଥିବା ଅଶ୍ୱିନୀ ଡାକ୍ତରଖାନା ପରିଦର୍ଶନ କରି COVID-19 ରୋଗୀଙ୍କ ଚିକିତ୍ସା ସୁବିଧା ବିଷୟରେ ସମୀକ୍ଷା କରିଛନ୍ତି । ବାଲକ୍ରିଷ୍ଣନ୍ ସହ ପୂର୍ତ୍ତ ସଚିବ କ୍ରିଷନ କୁମାର ଏବଂ କଟକ କଲେକ୍ଟର ଭବାନୀ ଶଙ୍କର ଚୟନୀ କଟକସ୍ଥିତ ସିଡିଏ ଅଞ୍ଚଳର ଏହି ଘରୋଇ ଡାକ୍ତରଖାନା ପରିଦର୍ଶନ କରିଥିଲେ । ବରିଷ୍ଠ ଅଧିକାରୀମାନେ ଡାକ୍ତରଖାନାର ବିଭିନ୍ନ ସୁବିଧା ସମୀକ୍ଷା କରିଥିଲେ ଯାହା ଖୁବଶୀଘ୍ର COVID-19 ଡାକ୍ତରଖାନାରେ ପରିଣତ ହେବ ବୋଲି ଜଣାପଡ଼ିଛି ।
ରାଜ୍ୟରେ ଅଧିକରୁ ଅଧିକ କୋଭିଡ୍ ହସ୍ପିଟାଲ୍ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ କ୍ରମଶଃ ବାସ୍ତବ ରୂପ ନେଉଛି । ଭୁବନେଶ୍ୱରର କିମସ୍ ଏବଂ ସମ୍ ରେ ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ସ୍ଥାପନ ୧୫ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ହେଉଥିବା ବେଳେ ଏବେ ସେଥିରେ କଟକର ଅଶ୍ୱିନୀ ହସ୍ପିଟାଲ୍ ଯୋଡି ହୋଇଛି । ଏହି ହସ୍ପିଟାଲ୍ କୁ ଖୁବ୍ ଶୀଘ୍ର କୋଭିଡ୍ ହସ୍ପିଟାଲ୍ ରେ ପରିଣତ କରିବା କାର୍ଯ୍ୟ ଆରମ୍ଭ ହୋଇଛି ।