ଜୁଲାଇରେ ଖୋଲିବ କି ଲକ୍‌ଡାଉନ୍‌…?

ଓଡ଼ିଶା ତାଜା ନ୍ୟୁଜ (୨୯ ଜୁନ୍‌ ମଙ୍ଗଳବାରଭୁବନେଶ୍ୱର :- ସରକାରଙ୍କ କଣ ରହିଛି ଯୋଜନା ? ଉପକୂଳ ଜିଲ୍ଲା ପାଇଁ ଅଲଗା କିଛି ଯୋଜନା ରହିଛି କି ? ଏ ସବୁ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଲକ୍‌ଡାଉନ ନଖୋଲିବାକୁ ଇଙ୍ଗିତ ଦେଇଛି । ତେବେ ରେଡ୍‌ ଜୋନ୍‌ରେ ଥିବା ୪ ଜିଲ୍ଲା ଖୋର୍ଦ୍ଧା, କଟକ, ବାଲେଶ୍ୱର, ଯାଜପୁର ଏବଂ ସଂକ୍ରମଣ ହାର ୫ ପ୍ରତିଶତ ଉପରେ ଥିବା ନୟାଗଡ଼ ଓ ପୁରୀରେ କଟକଣା କୋହଳ ନକରିବାକୁ ନିଷ୍ପତ୍ତି ନେଉଛି ବିଭାଗ । ଏଥିପାଇଁ ବିଶେଷଜ୍ଞଙ୍କ ପରାମର୍ଶ ମଧ୍ୟ ନେଉଛି ।

ଏପଟେ ରାଜ୍ୟରେ ସଂକ୍ରମଣ ସ୍ଥିର ରହିଛି । ଗତକାଲି ୫%ତଳକୁ ସଂକ୍ରମଣ ଖସିଥିଲା । ଆଜି ପୁଣି ୫.୦୨%କୁ ବଢିଛି । ରବିବାର ତୁଳନାରେ ସଂଖ୍ୟା ସୋମବାର କମିଛି । ୩୩୧୯ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ନମୁନା ପରୀକ୍ଷା ସଂଖ୍ୟା କିନ୍ତୁ କମିଛି ।ରାଜ୍ୟରେ ୬୬ହଜାର ୧୦୯ ନମୁନା ପରୀକ୍ଷା ହୋଇଛି । ତେବେ ୧୨ ଜିଲ୍ଲାରେ ଦୈନିକ ସଂକ୍ରମଣ ବଢିଛି । ରବିବାରଠୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି ।

ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୫% କମ୍‌ ରୋଗୀ ଥିବା ଜିଲ୍ଲାରେ ନିୟମକୁ ଆଉ କିଛି ମାତ୍ରାରେ କୋହଳ କରାଯାଇପାରେ । ସେଲୁନ୍‌, ସ୍ପା, ଜିମ୍‌ ଓ ବସ୍‌ ଚଳଚଳ କିନ୍ତୁ ବନ୍ଦ ରହିବ । ବାକି କିଛି କିଛି ଜିନିଷକୁ କୋହଳ କରିବାକୁ ବିଚାର କରୁଛନ୍ତି । ସଂକ୍ରମଣ କମୁନି । ସରକାର ଏହା ଉପରେ ତର୍ଜମା କରୁଛନ୍ତି । ମନ୍ଦିର, ମଲ୍‌ ବା ଦୋକାନ କିନ୍ତୁ ଏବେ ଖୋଲିନପାରେ ।

ଏ ସବୁକୁ ଦେଖିବା ସହ ୬ ଜିଲ୍ଲାରେ କିନ୍ତୁ ନିୟମ କୋହଳ କରିବା ଭଳି ଲାଗୁନି ।ରାଜ୍ୟରେ ଏବେ ସକ୍ରିୟ ରହିଛନ୍ତି ୨୯ ହଜାର ୧୯ ଜଣ ରୋଗୀ । ୧୩ ଜିଲ୍ଲାରେ ସଂକ୍ରମଣ ବଢିଛି । ଏହି ତାଲିକାରେ ରହିଛି-ଅନୁଗୁଳ, ବାଲେଶ୍ୱର, ବରଗଡ଼, ଭଦ୍ରକ, କଟକ, ଗଞ୍ଜାମ, ଜଗତସିଂହପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ସୋନପୁର ଓ ସୁନ୍ଦରଗଡ଼ । ସେହିପରି ବାଲେଶ୍ୱର(୧୦.୯%), କଟକ (୧୦.୬୩%) ଓ ମୟୂରଭଞ୍ଜର(୬.୮୬%) ଜିଲ୍ଲାରେ ସ୍ଥିତି ଏବେବି ଚିନ୍ତାଜନକ ରହିଛି ।

ସୋମବାର ବାଲେଶ୍ୱରରୁ ୩୯୭, କଟକରୁ ୫୬୬, ଖୋର୍ଦ୍ଧାରୁ ୪୪୦, ମୟୂରଭଞ୍ଜରେ ୧୯୯ ଓ ପୁରୀରେ ୧୭୫ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ ୪୮୮୧, କଟକରେ ୩୬୬୦, ଯାଜପୁରରେ ୨୫୩୧ ଓ ବାଲେଶ୍ୱରରେ ୨୫୯୧ ଜଣ ସକ୍ରିୟ ରୋଗୀ ଅଛନ୍ତି । ବାଲେଶ୍ୱର ଓ ଯାଜପୁର ଦିନେ/ଦୁଇ ଦିନ ମଧ୍ୟରେ ରେଡ୍‌ ଜୋନ୍‌ରୁ ୟଲୋ ଜୋନ୍‌କୁ ଆସି ପାରନ୍ତି । କରୋନା ମୃତ୍ୟୁ ସୋମବାର ପୁଣି ବଢିଛି । ବାଲେଶ୍ୱରରୁ ୧, ଭଦ୍ରକରୁ ୩, ବରଗଡ଼ରୁ ୫, କଟକ ୩, ଢେଙ୍କାନାଳ ୨, ଗଞ୍ଜାମରୁ ୩, କେନ୍ଦୁଝରରୁ ୧, ଖୋର୍ଦ୍ଧାରୁ ୯, ମୟୂରଭଞ୍ଜରୁ ୧, ନୟାଗଡ଼ରୁ ୫, ସମ୍ବଲପୁରରୁ ୧ ଓ ସୁନ୍ଦରଗଡ଼ରୁ ୫ ଜଣଙ୍କ ଜୀବନ ଯାଇଛି ।