ଯାଜପୁର ଏନ୍ ସି କଲେଜରେ ୫୦୦ ସହ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ତିଆରି କରିଛନ୍ତି ।
ଯାଜପୁର ଜିଲ୍ଲା (ଓଡିଶା ତାଜାନ୍ୟୁଜ୍ ) ଯାଜପୁର ଏନ୍ ସି କଲେଜରେ 30.3.2020 :- ଯାଜପୁର ଏନ୍ ସି କଲେଜରେ ୫୦୦ ସହ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ତିଆରି କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୨୫୦ ଶଯ୍ୟା ଥିବା ଓ୍ବାଡ଼ ପ୍ରସ୍ତୁତ ସରିଛି । ସପ୍ତାହ ଭିତରେ ଆଉ ସବୁ ସମାପ୍ତ କରିବାକୁ ଯୋଜନା କରିଛନ୍ତି । ଆଉ ଯେମିତି ଜିଲ୍ଲାକୁ କରୋନା ପଶି ନ ପାରିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଯାଜପୁର ଓ ବ୍ୟାସ ନଗରରେ କ୍ଲୋରିନ ପାଣି ବ୍ୟବହାର କରି ସହରକୁ ପରିସ୍କାର କରାଯାଇଛି। ଏହି କାର୍ଯ୍ୟକୁ ବିଧାୟକ ପ୍ରଣବ ପ୍ରକାଶ ଦାସ ତଦାରଖ କରୁଛନ୍ତି । ୩୧୧ ପଞ୍ଚାୟତରେ ମେଡିକାଲ କ୍ୟାମ୍ପ କରାଯାଇଛି । ୨୬ଟି ଜାଗାରେ ମେଜର କ୍ୟାରେଣ୍ଟାଇନ୍ ସେଣ୍ଟର ଖୋଲାଯାଇଛି । ପ୍ରତେକ ଦିନ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି କରୋନା ମୁକାବିଲା ସମୀକ୍ଷା କରିଛନ୍ତି ବିଧାୟକ । ଏହାସହ ଲୋକଙ୍କୁ ସଚେତନ କରୁଛନ୍ତି । ଲକ୍ ଡାଉନ ମାନିବାକୁ ବାରମ୍ବାର ଅପିଲ କରୁଛନ୍ତି । ଯଦି କେହି କରୋନା ଆକ୍ରାନ୍ତ ହୁଅନ୍ତି ଯାଜପୁର ମେଡିକାଲ ଓ ବ୍ୟାସ ନଗରସ୍ଥିତ ଟାଟା ମେମୋରିଆ ହସ୍ପିଟାଲରେ ସୁ-ବନ୍ଦୋବସ୍ଥ କରାଯାଇଛି ।
ପ୍ରଣବ ଓ ଯୁବନେତା ଭବ ପ୍ରସାଦ ଦାସ କରୋନାକୁ ପୁରାଇ ନ ଦେବା ପାଇଁ ଦିନ ରାତି ପରିଶ୍ରମ କରୁଛନ୍ତି । ଏହା କେବଳ ଯାଜପୁର ନୁହେଁ ଅନ୍ୟ ଜିଲ୍ଲା ପାଇଁ ଉଦାହରଣ ସାଜିଛି । କରୋନା ମୁକାବିଲା କରିବା ଏବେ ସାରା ବିଶ୍ୱ ପାଇଁ ପ୍ରସ୍ତୁତିରେ ଓଡ଼ିଶା ବେଶ ଆଗରେ ଅଛି । ଠିକ୍ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କରି ସାରା ଦେଶରେ ଉଦାହରଣ ସୃଷ୍ଟି କରିଛନ୍ତି । ଏହାସହ ଜିଲ୍ଲା ସ୍ତରରେ କୋଭିଡ ହସ୍ପିଟାଲ ତିଆରି ପାଇଁ ପ୍ରସ୍ତୁତି ମଧ୍ୟ ଜାରି ରହିଛି । ଏହାକୁ ଏବେ ଯାଜପୁର ଜିଲ୍ଲାରେ ସଫଳ କରିଛନ୍ତି ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ।