ଓଡ଼ିଶା ତାଜା ନ୍ୟୁଜ (୨୮ ଜୁନ ସୋମବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ବିଜୁ ଜନତା ଦଳର ସଭାନେତ୍ରୀ ଭାବେ ଶ୍ରୀମତୀ ପୂର୍ଣ୍ଣବାସୀ ନାୟକ ଆଜି ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକଙ୍କ ନେତୃତ୍ୱରେ ବିଜୁ ଜନତା କର୍ମକର୍ତ୍ତା ମାନେ ଯାଇ କଲେଜ ଛକ ଠାରେ ଥିବା ବିଜୁ ପଟନାୟକଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଆଶୀର୍ବାଦ ନେଇଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଜେଡ଼ି ଜିଲ୍ଲା ସଭାପତି ବସନ୍ତ ଦାସ, ପାରଳାଖେମୁଣ୍ଡି ବାର ଆସସିଏସନର ସଭାପତି ରାମନାଥ ମିଶ୍ର, ବରିଷ୍ଠ ବିଜେଡ଼ି ନେତା ଲକ୍ଷ୍ମୀକାନ୍ତ ପରିଛା, ଜିଲ୍ଲାଯୁବ ବିଜେଡ଼ି ସଭାପତି ଏସ. ଲିଙ୍ଗରାଜ, ଛାତ୍ର ବିଜେଡ଼ିର ଜିଲ୍ଲା ସଭାପତି ବିଶ୍ବଜିତ ତ୍ରିପାଠୀ, ନଗର ବିଜେଡ଼ି ସଭାପତି ସୂର୍ଯ୍ୟନାରାୟଣ ରାଜଗୁରୁ, ବରିଷ୍ଠ ବିଜେଡି ଆଦିବାସୀ ନେତା ଅନ୍ତର୍ଯ୍ୟାମୀ ଗୋମାଙ୍ଗ, କୁନା ପଟ୍ଟନାୟକ, ଆନି ସଙ୍କିରି, ସୁରେଶ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ l














