• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଶୋଭନୀୟ ଆନ୍ଦୋଳନ ପକ୍ଷରୁ ଆନ୍ତର୍ଜାତିକ ଆଧ୍ୟାତ୍ମିକ ଆଲୋଚନାଚକ୍ର

Proprietor Abhimanyu Maharana by Proprietor Abhimanyu Maharana
June 28, 2021
in ଓଡ଼ିଶା, ଦେଶ, ହୋମ୍
0
ଶୋଭନୀୟ ଆନ୍ଦୋଳନ ପକ୍ଷରୁ ଆନ୍ତର୍ଜାତିକ ଆଧ୍ୟାତ୍ମିକ ଆଲୋଚନାଚକ୍ର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୮ ଜୁନ ସୋମବାର ) ନର୍ଥ କାରେଲିନା / ଟରୋଣ୍ଟୋ / କାନବେରା / ନୂଆଦିଲ୍ଲୀ / କୋଲକାତା / ଗୁରୁଗ୍ରାମ / କଟକ / ଭୁବନେଶ୍ୱର :- ଜୀବ ଭାବରେ ମଣିଷ, ଏହାର ଶ୍ରେଷ୍ଠତ୍ୱ ଓ ସ୍ୱତନ୍ତ୍ରତାକୁ ହରାଇବା ଫଳରେ କରୋନା ଭଳି ସଙ୍କଟ ଉପୁଜିଥିବା, ଆନ୍ତର୍ଜାତିକ ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଡଃ ଅରୁନ୍ଧତୀ ଦେବୀ ମତ ପ୍ରକାଶ କରିଛନ୍ତି । ଶୋଭନୀୟ ଆନ୍ଦୋଳନର ପ୍ରତିଷ୍ଠାତା କୁମାର ଭାଇଙ୍କ ସିଦ୍ଧିପ୍ରାପ୍ତ ଦିବସ ଅବସରରେ ଆୟୋଜିତ ‘ସୃଷ୍ଟିର ରହସ୍ୟ’ ଶୀର୍ଷକ ଆନ୍ତର୍ଜାତିକ ଆଭାସି ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଡଃ ଦେବୀ, ସୃଷ୍ଟିର ଉତ୍ପତ୍ତି, ସ୍ରଷ୍ଟାଙ୍କର ଉଦ୍ଦେଶ୍ୟ ଏବଂ ସର୍ଜିତଙ୍କର ଅଭ୍ୟୁଦୟ ସଂକ୍ରାନ୍ତରେ ବିସ୍ତୃତ, ପ୍ରାଞ୍ଜଳ ଓ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ । ସ୍ରଷ୍ଟା ଜଳ, ସ୍ଥଳ, ପାହାଡ଼, ପର୍ବତ, ବନ, ଲତା ଓ ପଶୁପକ୍ଷୀଙ୍କ ପରେ ଏମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଶ୍ରେଷ୍ଠ ଜୀବ ଭାବେ ମଣିଷକୁ ସର୍ଜନା କରିଥିଲେ ବୋଲି ଗୁରୁ ମା’ ଭାବରେ ଲୋକପ୍ରିୟ ଡଃ ଦେବୀ ସୂଚାଇଥିଲେ ।

ଭଗବାନ ମାନବକୁ ଜଗତ କଲ୍ୟାଣ ସାଧନ ପାଇଁ ବୁଦ୍ଧି, ବିବେକ, ଶକ୍ତି ଏବଂ ପବନ, ପାଣି, ଉତ୍ତାପ ଓ ଅଗ୍ନି ଆଦି ସମ୍ପଦ ପ୍ରଦାନ କରିଥିବା ସେ ଉଲ୍ଲେଖ କରିଥିଲେ । କିନ୍ତୁ କାଳକ୍ରମେ ମଣିଷ ପଥଭ୍ରଷ୍ଟ ହୋଇ ଈଶ୍ୱରଙ୍କ ଦ୍ୱାରା ସ୍ଥିରୀକୃତ ସମ୍ବିଧାନକୁ ଉଲ୍ଲଙ୍ଘନ କରିବା ସହିତ ପ୍ରକୃତି ପ୍ରତି ଶ୍ରଦ୍ଧା, ସଦାଚାର ଓ ସମ୍ମାନ ପ୍ରଦର୍ଶନକୁ ଭୁଲିଯାଇ ଅତ୍ୟଧିକ ଲୋଭ, ସୁବିଧାବାଦ, ଗର୍ବ ଓ ଅହଙ୍କାରର ଶିକାର ହୋଇଥିବା ଗୁରୁ ମା’ ଦର୍ଶାଇଥିଲେ । ଦିନ ଆସିଲା ମଣିଷ ନିଜକୁ ସ୍ୱୟଂ ସୃଷ୍ଟିକର୍ତ୍ତା ବୋଲି ଆସ୍ଫାଳନ କରିବାକୁ ଲାଗିଲା । ଫଳସ୍ୱରୁପ ପ୍ରକୃତି ଓ ମାନବର ସମ୍ପର୍କରେ ଅସନ୍ତୁଳନ ସୃଷ୍ଟି ହେବାଦ୍ୱାରା କୋଭିଡ୍‍ ଭଳି ମହାମାରୀ ସାରା ବିଶ୍ୱରେ ଆଜି ଧ୍ୱଂସର ତାଣ୍ଡବ ଲୀଳା ରଚାଇଚାଲିଥିବା ଡଃ ଦେବୀ କ୍ଷୋଭର ସହିତ ପ୍ରକାଶ କରିଥିଲେ ।

ଶୋଭନୀୟ ଆନ୍ଦୋଳନ ଦ୍ୱାରା ଅନୁଷ୍ଠିତ ଏହି ଆଧ୍ୟାତ୍ମିକ କର୍ମଶାଳାରେ ଭିଡିଓ କନ୍‍ଫରେନ୍ସିଂ ଜରିଆରେ ସ୍ୱାଗତ ଭାଷଣ ପ୍ରଦାନ କରି ବିଶ୍ୱ ଓଡ଼ିଶା ସମାଜର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ, ବର୍ତ୍ତମାନର ପ୍ରଳୟଙ୍କରୀ ପରିସ୍ଥିତିରେ ବିଚଳିତ ନ ହୋଇ ନିଷ୍କାମ କର୍ମ ଓ ସେବା ସହିତ ସୃଷ୍ଟିନିୟନ୍ତାଙ୍କ ନିକଟରେ ନିଜର ତନ, ମନ ଓ ଧନ ସବୁ କିଛିକୁ ସମର୍ପଣ କରିଦେବାକୁ ପରାମର୍ଶ ଦେଇଥିଲେ । ୱେବ୍‍ ଆଲୋଚନାରେ ଅଂଶଗ୍ରହଣ କରି ଡଃ ରବି ନାରାୟଣ ବେହେରା, କୃପାନିଧି ବିଶ୍ୱାଳ, ହୃଷୀକେଶ ପାତ୍ର, ବିରଜା ମହାପାତ୍ର, ବିନାୟକ ଦାସ, ସୁନନ୍ଦା ମିଶ୍ର ପଣ୍ଡା, ମନୋଜ ଖଟୁଆ, ନିରାକାର ବେଉରା, କୃଷ୍ଣ କୁମାର, ଦୁର୍ଗା ମାଧବ ମିଶ୍ର, ଗୀତାଞ୍ଜଳି ସ୍ୱାଇଁ, ଝୁମ୍‍ ଝୁମ୍‍ ପାଢ଼ୀ, ଅକ୍ଷୟ ସାମଲ, ବିମଳ ଭଲ, ଦୟାନିଧି ରାଉତ, ମଧୁସ୍ମିତା ପଣ୍ଡା ଓ ପ୍ରକାଶ ନାୟକ ପ୍ରମୁଖ ଆଜିର ଦୁନିଆରେ ଶୋଭନୀୟ ଆଚରଣବିଧିର ବ୍ୟାପକ ପ୍ରାସଙ୍ଗିକତା ଓ ବହୁଳ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।

ଇନ୍ଦ୍ରମଣି ନାୟକ, କ୍ଷୀରାବ୍‍ଦୀ ତନୟା ଦେବୀ, ସନ୍ତୋଷ ରାଉତ, ଶ୍ରୀମନ୍ତ ବିଶ୍ୱାଳ ଏବଂ ପୁଷ୍ପାଞ୍ଜଳି ବାରିକ, କବିତା ଓ ସଙ୍ଗୀତ ମାଧ୍ୟମରେ କୁମାର ଭାଇଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରୀମାନେ ଶୋଭନୀୟ ଆନ୍ଦୋଳନର ମହତ୍ୱ ଆଧାରିତ ନୃତ୍ୟ ସଙ୍ଗୀତ ପରିବେଷଣ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଡଃ ନଳିନୀ ପତି, ଧୀରେନ୍ଦ୍ର କର, ଅଭୟ କୁମାର ନାୟକ, ବରଦା ପ୍ରସନ୍ନ ଦାସ, କୃଷ୍ଣ ନାୟକ, ଡଃ ଦେବେନ୍ଦ୍ର ମାଝି, ସନାତନ ମହାକୁଡ଼, ଭରତ ମିଶ୍ର, ଡଃ ଏଲ୍‍.ଏନ୍‍. ତ୍ରିପାଠୀ, ପୀତାମ୍ବର ବାରିକ, ଅହଲ୍ୟା ବାରିକ,

ସରିତା ମହାପାତ୍ର, କସ୍ତୁରିକା ପଟ୍ଟନାୟକ, ଏମ୍‍.ଏସ୍‍ ଜମାନ, ତାପସ ରଞ୍ଜନ ପରିଡ଼ା, ମମତା ପ୍ରଧାନ, ସନ୍ତୋଷ ଅଧିକାରୀ, ମିନତୀ ଦେବୀ, ବନଲତା ଦେବୀ, ଡଃ ପ୍ରଦୀପ୍ତ ମିଶ୍ର, ନିରଞ୍ଜନ ଭାଇ, ମନୋଜ ଦାସ, ନିରଦବରଣ ଖୁଣ୍ଟିଆ, ରଘୁନାଥ ମଣ୍ଡଳ, ବରୁଣ ମହାନ୍ତି, ଅଜୟ ବେହୁରା, ମଞ୍ଜୁ ତ୍ରିପାଠୀ ଏବଂ ସୁଧାଂଶୁବାଳା ପଣ୍ଡା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ । ଭର୍ଚ୍ଚୁଆଲ ସଭାର ପ୍ରାରମ୍ଭରେ କରୋନା ମୃତକଙ୍କ ସ୍ମୃତି ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ମହାକାଂକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷା ପୁଷ୍ପାଞ୍ଜଳି ବାରିକ ଖୁବ୍‍ ସୁନ୍ଦର, ସାବଲୀଳ ଓ ସୂଚାରୁ ଢଙ୍ଗରେ ସମଗ୍ର ଲାଇଭ୍‍ଷ୍ଟ୍ରିମିଙ୍ଗ କାର୍ଯ୍ୟକ୍ରମକୁ ଉପସ୍ଥାପନା ଓ ସଂଯୋଜନା କରିଥିଲେ । ନନ୍ଦନ ଦ୍ୱିବେଦୀ ଦକ୍ଷତାର ସହିତ ଡିଜିଟାଲ ନିୟନ୍ତ୍ରଣ କକ୍ଷକୁ ପରିଚାଳନା କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନିଶା ନିବାରଣ ସଚେତନତା ରଥ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ

ନିଶା ନିବାରଣ ସଚେତନତା ରଥ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ

June 25, 2026
ସୁଜାତାଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ : ବିଜେଡି

ସୁଜାତାଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ : ବିଜେଡି

June 25, 2026
ପଂଚାୟତରେ ସୁଶାସନ ଗ୍ରାମାଞ୍ଚଳରେ ପରିବର୍ତନ

ପଂଚାୟତରେ ସୁଶାସନ ଗ୍ରାମାଞ୍ଚଳରେ ପରିବର୍ତନ

June 25, 2026
ବିକଶିତ ଓଡ଼ିଶା ,ବିକଶିତ ଭାରତ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା; ଓଡ଼ିଶା ଓ ଜିଲ୍ଲା ରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ପ୍ରଗତି ଉପରେ ବିଭିନ୍ନ ପ୍ରତିନିଧି ମାନଙ୍କ ସହିତ ଆଲୋଚନା

ବିକଶିତ ଓଡ଼ିଶା ,ବିକଶିତ ଭାରତ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା; ଓଡ଼ିଶା ଓ ଜିଲ୍ଲା ରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ପ୍ରଗତି ଉପରେ ବିଭିନ୍ନ ପ୍ରତିନିଧି ମାନଙ୍କ ସହିତ ଆଲୋଚନା

June 25, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନିଶା ନିବାରଣ ସଚେତନତା ରଥ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ

ନିଶା ନିବାରଣ ସଚେତନତା ରଥ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ

June 25, 2026
ସୁଜାତାଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ : ବିଜେଡି

ସୁଜାତାଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ : ବିଜେଡି

June 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version