No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଜୁନ୍ ଶୁକ୍ରବାର ) ଡେରାଡୂନ :- ଉତ୍ତର ଶ୍ରୀକ୍ଷେତ୍ର-ଉତ୍ତରାଖଣ୍ଡ ଦେବଭୂମୀ ଡେରାଡୂନ ରେ ଦେବସ୍ନାନ ପୂର୍ଣିମା ବିଧିବିଧାନରେ, କୋବିଡ-19 କୁ ଦୃଷ୍ଟିରେ ରଖି,ପ୍ରଶାସନ ନିୟମ ମାନି ପାଳନ କରାଗଲା । ମାନସରୋବର,ଗଂଙ୍ଗୋତ୍ରୀ, ଗୋମୂଖ ଏବଂ ହରଦ୍ବାର ବ୍ରହ୍ମକୁଣ୍ଡରୁ ତୀର୍ଥ ପବିତ୍ର ଜଳ ସଂଗ୍ରହ କରି, କର୍ପୁର,କେଶର,ଚନ୍ଦନ,କସ୍ତୁରୀ ଓ ତୁଳସୀପତ୍ର ମିଶାଇ 108 କଳସରୁ ସହତ୍ସ୍ରାକ୍ଷ ମନ୍ତ୍ର ପାଠ ଦ୍ବାରା ଶ୍ରୀ ଜଗନ୍ନାଥଙ୍କୁ 35 କଳସ ଜଳ,ଶ୍ରୀ ବଳଭଦ୍ରଙ୍କୁ 33 କଳସ ଜଳ,ଶ୍ରୀ ସୁଭଦ୍ରାଙ୍କୁ 22 କଳସ ଜଳ ଏବଂ ଶ୍ରୀ ସୁଦର୍ଶନଙ୍କୁ 18 କଳସ ପବିତ୍ର ଜଳରେ ସ୍ନାନ କରାଗଲା ।
ସ୍ନାନ ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଗଣପତି ବେଶରେ ସଜ୍ଜିତ କରାଗଲା । ଭକ୍ତମାନେ ଦର୍ଶନ ପରେ ଶ୍ରୀମହାପ୍ରସାଦ ବିତରଣ କରାଗଲା । ସ୍ନାନବେଦୀରୁ ପହୁଣ୍ଡି ବିଜେ କରାଇଲା ପରେ, ରତ୍ନ ସିଂହାସନରେ ଆରୋହଣ କରାଗଲା । ଦଶ ଅବତାର ଆରତୀ ପରେ 14 ଦିନପାଇଁ ଅଣସର ଘରେ ରଖି ଦିଆଗଲା । ଚତୁର୍ଦ୍ଧା ବିଗ୍ରହଙ୍କୁ ବିଧିପୂର୍ବକ ଉପଚାର ପରେ 9 ଜୁଲାଇ ରେ ମହାପ୍ରଭୂ, ମହାଆରତୀ ପରେ ନବଯୌବନ ରୂପରେ ଦର୍ଶନ ଦେବେ ।
No Result
View All Result