ମାହାଙ୍ଗା ଥାନା କୁସୁପୁର ପଂଚାୟତ ଗାଁ ଗହଳି ଛକ ବଜାର ରେ ଦିନ ରାତି ଚୋରା ମଦ ବ୍ୟବସାୟୀ ମାନେ ମଦର ପସରା ଖୋଲି ବୋତଲ ପିଛା ଶହେ ୨ଶହ ଟଙ୍କା ମୂଲ୍ୟ ଠାରୁ ଅଧିକା ନେଇ ମାଲାମାଲ ହେଉଥିବାବେଳ ପୋଲିସ କି ଅବକାରୀ ବିଭାଗକୁ ଖବର ଦେଲେ କାର୍ଯ୍ୟାନୁଷ୍ଠାନ ଶୂନ, ( 40 ବୋତଲ ବିଦେଶୀ ମଦ ଜବତ କରିଚନ୍ତି )
କଟକ ଜିଲ୍ଲା ମାହାଙ୍ଗା ଥାନା (ଓଡିଶା ତାଜାନ୍ୟୁଜ୍ ) କୁସୁପୁର ପଂଚାୟତ 27.3.2020 :- ସମଗ୍ର ବିଶ୍ୱରେ କରୋନା ଭୁତାଣୁ ସଂକ୍ରମଣ ଚିନ୍ତାର କାରଣ ହୋଇଥିବାବେଳେ ଆମ ଦେଶ ଓ ରାଜ୍ୟ ଏଥିପାଇଁ 21ଦିନିଆଁ ଲକ ଡାଉନ ଘୋଷଣା କରିବା ସହ ପୋଲିସ ବିଭାଗକୁ ଗୁରୁ ଦାଇତ୍ୱ ଦେଇଛନ୍ତି କିପରି ରାସ୍ତା ଘାଟ ବଜାର ଛକ ରେ ଜନ ଗହଳି ହେବନି କି କେଇ ପଦାକୁ ବାହାରିବେନି, ସାଧାରଣ ଲୋକଙ୍କୁ ପୋଲିସେ ବାହାରେ ଦେଖିଲେ କୈଫତ ତଲବ କରିବାସହ ହିରୋ ଗିରି ଦେଖାଇ ଉତ୍ତମ ମାଧ୍ୟମ ଦେଉଛି କରୋନା ସଂକ୍ରମଣ ପାଇଁ, ହେଲେ ଗାଁ ଗହଳି ଛକ ବଜାର ରେ ଦିନ ରାତି ଚୋରା ମଦ ବ୍ୟବସାୟୀ ମାନେ ମଦର ପସରା ଖୋଲି ବୋତଲ ପିଛା ଶହେ ୨ଶହ ଟଙ୍କା ମୂଲ୍ୟ ଠାରୁ ଅଧିକା ନେଇ ମାଲାମାଲ ହେଉଥିବାବେଳ ପୋଲିସ କି ଅବକାରୀ ବିଭାଗକୁ ଖବର ଦେଲେ କାର୍ଯ୍ୟାନୁଷ୍ଠାନ ଶୂନ, ପୋଲିସ ରାସ୍ତାରେ ହିରୋ ଆଉ ଚୋରା ମଦ ଭାଟିରେ ଜ଼ିରୋ ହୋଇ କାର୍ଯ୍ୟ କରୁଥିବା ସାଧାରଣରେ ଶୁଣିବାକୁ ମିଳୁଛି,
ଯୋଉଠି ଯାହା ପ୍ରଶାସନ କରିନପାରିଲା ତାହା କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁର ପଂଚାୟତ ର ଯୁବ ସମିତି ସଭ୍ୟ ଓ ସରପଞ୍ଚ କରିଦେଖାଇଛନ୍ତି , କୁସୁପୁର ଗାଁରେ ଜଣେ ଯୁବକ ଚୋରା ମଦ ଆଣି ବିକ୍ରି କରୁଥିବାବେଳେ ମଦ ସହ ତାଙ୍କୁ କାବୁ କରିଦେଇଥିଲେ, କିନ୍ତୁ କୌଶଳ କ୍ରମେ ଚୋରା ମଦ ବ୍ୟାବସାୟୀ ଆର ସାହୁ ଖସି ଯିବାରେ ସକ୍ଷମ ହୋଇଥିଲେ ମଧ୍ୟ 40 ବୋତଲ ବିଦେଶୀ ମଦ ଜବତ କରିଚନ୍ତି, କରୋନା ସଂକ୍ରମଣ ସମୟରେ ଚୋରା ମଦ ଭାଟିରେ ଗହଳି ହେଉଥିବା ଓ ଲୋକ ସଂକ୍ରମଣ ହେବାର ଆଶଙ୍କା ରହିଛି, ସେଥିପାଇଁ କୁସୁପୁର ସମିତି ସଭ୍ୟ ପ୍ରଶାନ୍ତ ରାଉତ ଓ ସରପଞ୍ଚ ପଙ୍କଜ ସାହୁ ଗ୍ରାମର ଯୁବକ ମାନଙ୍କୁ ନେଇ ସଚେତନ କରିବାସହ ଚୋରା ମଦ ବ୍ୟବସାୟୀଙ୍କୁ ପାନେ ଦେବା ସହ ପୋଲିସ କୁ ଖବର ଦେଇଛନ୍ତି, ସରକାର ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ବନ୍ଦ କରିଥିବାବେଳେ ଏ ଚୋରମଦ ବେପାରୀ ପାଖକୁ କିପରି ମଦ ଆସୁଛି ତାହା ପୋଲିସେ ପ୍ରଶାସନ ର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି, ତୁରନ୍ତ ଅବକାରୀ ଓ ପୋଲିସ ବିଭାଗ ଚୋରା ମଦ ବ୍ୟବସାଇଙ୍କୁ ଚି଼ହ୍ନଟ କରି ତାଙ୍କୁ ଲକ ଡାଉନ ଶେଷ ହେବାପର୍ଯ୍ୟନ୍ତ ନଜର ବନ୍ଦୀ ରଖିବାକୁ ସାଧାରଣରେ ଦାବୀ ହୋଇଛି, ନଚେତ ଏହି ଚୋରା ମଦ ଭାଟି କୁ ଯଦି କେଇ କରୋନା ସଂକ୍ରମିତ ଲୋକ ଯାଆନ୍ତି ତେବେ ଏହାଦ୍ୱାରା ଭୟଙ୍କର ସଂକ୍ରମଣ ବାତାବରଣ ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ, ତୁରନ୍ତ ଅବକାରୀ ଓ ପୋଲିସ ବିଭାଗ ଏଥିପ୍ରତି ବିଶେଷ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହୋଇଛି,