No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ଜୁନ୍ ଗୁରୁବାର )ବରଗଡ଼ :- କୃଷି ଜିଲ୍ଲା ଭାବେ ପରିଚିତ ବରଗଡ଼ ଜିଲ୍ଲା ର ସମସ୍ୟା ର ଅନ୍ତ ହେଉନାହିଁ। ଚାଷ ଆରମ୍ଭ ବେଳେ ନକଲି ବିହନ,ସାର ଓ କୀଟନାଶକ ଦ୍ରବ୍ୟ ର ଅଭାବ ହେଉଥିବା ସମୟରେ ଅମଳ ପରେ ଧାନ ବିକ୍ରି ନେଇ ଚିନ୍ତାରେ ଚାଷୀ ମାନେ ରହିଛନ୍ତି। ପ୍ରତି ବର୍ଷ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତଥାପି ସରକାରୀ ସ୍ତରରେ ଏହାର ସମାଧାନ ହେଉନାହିଁ। ଜିଲ୍ଲା ରେ ଏବେ ଟୋକନ ଅବଧି ଶେଷ, ମାର୍କେଟ ୟାର୍ଡ ଗୁଡିକ ରେ ପଡି ରହିଥିବା ହଜାର ହଜାର କ୍ଵିଣ୍ଟାଲ ଧାନ ବିକ୍ରି ହୋଇପାରୁନି ।

ଫଳରେ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ପ୍ରତେହ ଚାଷୀ ଆନ୍ଦୋଳନ ହେଉଛି। ଆଜି ଅତାବିରା ଠାରେ ଚାଷୀ ମାନଙ୍କ ଧାନ ବିକ୍ରି ଦାବି କରି ଅତାବିରା ଓକିଲ ସଂଘ ପକ୍ଷରୁ ବ୍ଲକ କୃଷି ଅଧିକାରୀ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ସେହିପରି ବରପାଲି ତହସିଲ ଅଫିସ ଠାରେ ଚାଷୀ ଧାନ ବସ୍ତା ରଖି ଧାରଣା ବସିଥିଲେ। ଆସନ୍ତା କାଲି ପୁଣି ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ମୁଖ୍ୟ ଯୋଗାଣ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଆହ୍ବାନ ଦେଇଛନ୍ତି । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
No Result
View All Result