No Result
View All Result
ତାଜା ନ୍ୟୁଜ (୨୪ ଜୁନ୍ ଗୁରୁବାର ) ନୂଆଗାଁ :- କିଛି ଦିନ ପୂର୍ବେ ରାଜ୍ୟରେ ପ୍ରଥମ କରି ନୟାଗଡ ଜିଲ୍ଲା ରେ ଡିଜିଟାଲ ମିଡ଼ିଆ ସଂଘ ଗଠନ ହୋଇଥିବା ବେଳେ ଆଜି ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକରେ ପ୍ରଥମ କରି ନୂଆଗାଁ ବ୍ଲକ ଡିଜିଟାଲ ମିଡ଼ିଆ ୟୁନିୟନ ନାମରେ ସଂଘ ଗଠିତ ହୋଇଛି । ଏହି ସଂଗଠନର ପ୍ରଥମ ସାଙ୍ଗଠନିକ ବୈଠକ ତଥା କର୍ମକର୍ତ୍ତା ଚୟନ ହୋଇଯାଇଛି. ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବାହାଡାଝୋଲା ନିକଟସ୍ଥ ବରକୋଳା ଡାକ ବଙ୍ଗଳା ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ।
ନୟାଗଡ ଜିଲ୍ଲା ଡିଜିଟାଲ ମିଡ଼ିଆ ସଂଗଠନର ସଭାପତି ଅନୱର ଅଲ୍ଲୀ , ସମ୍ପାଦକ କିଶୋର ମହାପାତ୍ର ଏବଂ ଜିଲ୍ଲା କମିଟିର ଅନ୍ୟ ସଦସ୍ୟ ମାନଙ୍କ ଉପସ୍ଥତିରେ ନୂଆଗାଁ ବ୍ଲକ ଡିଜିଟାଲ ମିଡ଼ିଆ ୟୁନିୟନ କମିଟିର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା । ଡିଜିଟାଲ ମିଡ଼ିଆ କ୍ଷେତ୍ରରେ କାମ କରୁଥିବା ସାମ୍ବାଦିକ ମାନଙ୍କୁ ସଂଗଠିତ କରିବା ସହିତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଥିବା ନେଇ ମତ ପ୍ରକାଶ କରିଥିଲେ ଜିଲ୍ଲା ସଂଗଠନର ସଭାପତି ଅନୱର ଅଲ୍ଲୀ .
ନୂଆଗାଁ ବ୍ଲକ ରେ ବିଭିନ୍ନ ସଂସ୍ଥା ପାଇଁ କାର୍ଯ୍ୟ କରୁଥିବା ପ୍ରତିନିଧି ମାନେ ଶୃଙ୍ଖଳିତ ଭାବରେ ନିଜର କାମ କରିବା ସହିତ ବ୍ଲକ ଓ ଜିଲ୍ଲା ସଙ୍ଗଠନକୁ ଆଗେଇ ନେବାକୁ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ ଜିଲ୍ଲା ସମ୍ପାଦକ କିଶୋର ମହାପାତ୍ର . ବୈଠକରେ ସର୍ବ ସମ୍ମତି କ୍ରମେ ପ୍ରଦୀପ୍ତ କୁମାର ସାହୂ ଉପଦେଷ୍ଟା , ସଞ୍ଜୀଵ କୁମାର ଡ଼ାକୁଆ ସଭାପତି , ଚିନ୍ମୟ କୁମାର ପ୍ରଧାନ ଉପ ସଭାପତି , ସୁଶାନ୍ତ କୁମାର ପଢିଆଳି ସମ୍ପାଦକ , ରଞ୍ଜନ କୁମାର ନାୟକ ସହ-ସମ୍ପାଦକ , ରବିନ୍ଦ୍ର କୁମାର ସାହୂ କୋଷାଧ୍ୟକ୍ଷ , ସଭ୍ୟ ଭାବରେ ନିରଞ୍ଜନ ସାହୂ , ପ୍ରଦୀପ କୁମାର ଜାନି , ମନୋଜ କୁମାର ସାହୂ , ସୁବ୍ରତ କୁମାର ପରିଡ଼ା ଙ୍କୁ ମନୋନୟନ କରାଯାଇଥିଲା । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ )
No Result
View All Result