No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୩ ଜୁନ୍ ବୁଧବାର)ପୁରୀ :- ସ୍ନାନବେଦୀଙ୍କୁ ବିଜେ କରିବେ ଶ୍ରୀଜିଉ । ସ୍ନାନବେଦୀରେ ଗଜ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ । କୋଭିଡ୍ ସ୍ଥିତିରୁ ଚଳିତ ବର୍ଷ ଭକ୍ତଙ୍କ ପ୍ରବେଶକୁ ଅନୁମତି ଦିଆଯାଇନାହିଁ। ରଥଯାତ୍ରା ଲାଗି ଗତକାଲି ରାତିରୁ ଶ୍ରୀମନ୍ଦିରକୁ ଆରମ୍ଭ ହୋଇଛି ଦଇତା ପ୍ରବେଶ ନୀତି । ମଙ୍ଗଳ ଆଳତୀ ପରେ ବିଭିନ୍ନ ବାଡ଼ର ଦଇତା ସେବକ ସିଂହଦ୍ୱାର ଦେଇ ପ୍ରବେଶ କରିବା ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଫେରିଛନ୍ତି ।
ସ୍ନାନଯାତ୍ରା ଲାଗି ଆଜି ରାତିରୁ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହେବ । ଶ୍ରୀଜିଉମାନେ ଧାଡି ପହଣ୍ଡିରେ ସ୍ନାନମଣ୍ଡପକୁ ବିଜେ କରିବେ । ୨୪ ତାରିଖ ସକାଳୁ ସ୍ନାନବେଦୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ଗଜାନନ ବେଶ ଅନୁଷ୍ଠିତ ହେହବ । ଅପରାହ୍ନରେ ଗଜଓଲାଗି ବେଶ ପରେ ଆରମ୍ଭ ହେବ । ବାହୁଡ଼ା ପହଣ୍ଡି ଏହିପରେ ଶ୍ରୀଜିଉଙ୍କ ଅଣସର ନୀତି ଆରମ୍ଭ ହେବ।
ତେବେ ଶ୍ରୀକ୍ଷେତ୍ର ପୁରୀରେ ହେବାକୁ ଥିବା ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପାଇଁ ଲାଗୁ ହେବ ୧୪୪ ଧାରା । ଆଜି ରାତି ୧୦ଟାରୁ ୧୪୪ ଧାରା ଜାରି ହୋଇ ୨୫ ତାରିଖ ଯାଏଁ ଏହା ବଳବତ୍ତର ରହିବ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏବଂ ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ଆୟୋଜନ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । କେବଳ ଅନୁମତି ପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ପୁରୀ ପ୍ରବେଶ ପାଇଁ ଅନୁମତି ରହିବ। ଉପ ଜିଲ୍ଲାପାଳ ଭବତାରଣ ସାହୁ ଏହି ସୂଚନା ଦେଇଛନ୍ତି । ଆଦେଶ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । (ରିପୋର୍ଟ ବିଶ୍ବମ୍ବର ମିଶ୍ର)
ବଡ଼ସିଂହାର ଭୋଗ-୧୨.୧୦
।। ଜୟ ଜଗନ୍ନାଥ ।।
ପହୁଡ଼ ଆଳତୀ-୧୨.୨୫
ବିବାହ ଦିଅଁ ଦକ୍ଷିଣ ଘରକୁ ବିଜେ-୧୨.୩୦ ମାଧବ ସରସ୍ବତୀ ଖଟସେଜ ଘରକୁ ବିଜେ-୧୨.୩୦
ଶ୍ରୀମୁଖ ଖଣ୍ଡୁଆ-୧୨.୩୫
ବାହୁଟକଣ୍ଟା-୦୧.୧୫
୨୩.୦୬.୨୦୨୧////ବୁଧବାର///ସେନାପଟା ଲାଗି
କୋଠ ସୁଆଁସିଆ ବାହାରିବା-୦୭.୦୦
ସରସ୍ବତୀ, ମାଧବ ଭିତରକୁ ବିଜେ-୦୧.୩୦
କୋଠ ସୁଆଁସିଆ ଭିତରକୁ ପ୍ରବେଶ-୦୧.୨୦
ସେନାପଟା ଲାଗି ଶେଷ-୦୧.୨୦
ତଡ଼ପଲାଗି-୦୧.୫୫
ସେନାପଟା ଲାଗିକୁ ଦଇତାପତି ପ୍ରବେଶ-୦୭.୦୫
ମଙ୍ଗଳ ଆଳତୀ-୦୧.୪୫
ମଇଲମ-୦୧.୫୦
ରୋଷହୋମ-୦୨.୪୫
ଅବକାଶ-୦୨.୧୦ ରୁ ୦୨.୨୫
ମଇଲମ-୦୨.୩୦
ସୂର୍ଯ୍ୟପୂଜା-୦୩.୦୫
ବେଶଶେଷ-୦୨.୫୦
ଦ୍ୱାରପାଳ ପୂଜା-୦୩.୧୫
ଗୋପାଳବଲ୍ଳଭ ଓ ସକାଳଧୂପ ଡାକିଗଲେ-୦୩.୩୫
No Result
View All Result