ପୁରୀ : ତିନିରଥର ‘ବଡଧରା ପୋଟଳ’ ନିର୍ମାଣ କାର୍ଯ୍ୟ ଆରମ୍ଭ

ମଙ୍ଗଳବାର ରଥ ନିର୍ମାଣ

ଓଡ଼ିଶା ତାଜା ନ୍ୟୁଜ (୨୩ ଜୁନ୍‌ ବୁଧବାର)ପୁରୀ :- ରଥ ନିର୍ମାଣ ଅଗ୍ରଗତି ମୋଟ ନିର୍ମାଣକାରୀ ଙ୍କ ଉପସ୍ଥାନ :- ୧୯୮ ତିନିରଥର ମୋଟ ମହାରଣା ୭୮ ତିନିରଥର ଭୋଇ ସେବକ ୭୬ ତିନିରଥ କରତି ସେବକ ୫ ପାହି ମହାରଣା ୧ ଓଝା ବା କମାର ସେବକ ୧୬ ତୁମ୍ବ ବିନ୍ଧ କାରୀଗର ୨ ତିନିରଥ ରୂପକାର ସେବକ ୧୯ ରଥଖଳା ସହାୟକ ୧ ମୋଟ ୧୯୮

ରଥ ନିର୍ମାଣ ଅଗ୍ରଗତି :-   ତିନିରଥର ଚାରି ନାହାକା ରେ ପ୍ରଥମ ଭୁଇଁ ପଡି ଚଉଦ ନାହାକା ଉଠିଥିଲା ।   ଆଜି ତିନି ରଥରେ ପ୍ରଥମ ଭୁଇଁ ଉପରେ ଦ୍ୱିତୀୟ ଭୁଇଁ ର ଛକାଠ ସେଟିଙ୍ଗ କରାଯାଇଅଛି।  ଏଥିସହ ଆଜି ତିନିରଥର ‘ବଡଧରା ପୋଟଳ’ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଅଛି । (ଏହି ପୋଟଳ ୧୩ ପରସ୍ତ ବିଶିଷ୍ଟ ଏହା ରଥର ଶେଷ ଭୁଇଁ ଉପରୁ ନିର୍ମାଣ ହୋଇ ଏହାର ଗଠନଶୈଳୀ ଶ୍ରୀମନ୍ଦିର ଶୀର୍ଷ ଭାଗ ଅଂଶ ପରି ଦୃଶ୍ୟମାନ ହୁଏ ।

ଏହାର ପ୍ରତିଟି ପରସ୍ତ ଉପରେ ୩/ଅଢେଇ ସାଇଜ ର ନଦା ବା ବଟନ ଦିଆଯାଇ ତା ଉପରେ ଦ୍ୱିତୀୟ ପୋଟଳ ପଟା ପଡି ପଞ୍ଚମ ପୋଟଳ ପରେ ଷଷ୍ଠ ଏବଂ ସପ୍ତମ ପୋଟଳ ପାରାଭାଡ଼ି ଉଠି ଅଷ୍ଟମ ରୁ ଦ୍ୱାଦଶ ପରସ୍ତ ପୋଟଳ ପରେ ୧୩ ତମ ପରସ୍ତ ଖପୁରୀ ପାରେଣୀ ବା ଖପୁରୀ ପରେ କଳସ ଉଠି ଏହାପରେ ପିତଳ କଳସ ଲାଗିଥାଏ)   ଆଜି ସକାଳ ୮ ଟାରେ ରଥନିର୍ମାଣ ରେ ସମ୍ପୃକ୍ତ ସେବକ ମାନେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ପୂର୍ବାହ୍ନ ପରେ ପରେ ବର୍ଷା ଯୋଗୁଁ ପାଗ ଖରାପ ହେତୁ ରଥ ନିର୍ମାଣ କାର୍ଯ୍ୟ ବାଧା ପ୍ରାପ୍ତ ହୋଇଅଛି ।