ଓଡ଼ିଶା ତାଜା ନ୍ୟୁଜ (୨୨ ଜୁନ ମଙ୍ଗଳବାର) ବାଙ୍କୀ :- ଆଜି ୭ମ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଆଦର୍ଶ ଯୁବ ପରିଷଦ ପକ୍ଷରୁ ପ୍ରଶିକ୍ଷିକ ଯୋଗ ଗୁରୁ ଜ୍ୟୋତି ପ୍ରକାଶ ପାଢ଼ୀ ଓ ସଞ୍ଜୟ କୁମାର ପ୍ରଧାନ ଙ୍କ ଦ୍ଵାରା ଚକାପଡ଼ାଅଖଣ୍ଡେଶ୍ଵର ମନ୍ଦିର ପ୍ରାଙ୍ଗଣ ରେ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଆଦର୍ଶ ଯୁବ ପରିଷଦ ର ଆବାହକ ଅକ୍ଷୟ କୁମାର ସାମଲ ଯୋଗ ଦେଇ
ଯୋଗ ହିଁ ଜୀବନ ପ୍ରତ୍ୟେକ ବ୍ୟକ୍ତି ଦୈନିକ ୩୦ମିନିଟ ଯୋଗ କରିବା ଆବଶ୍ୟକ ବୋଲି କହିଥିଲେ।ଅନ୍ୟତମ ଅତିଥି ଭାବେ ଓଡ଼ିଶା ଜୀବିକା ମିଶନ ର ପ୍ରକଳ୍ପ ଅଧିକାରୀ ଅକ୍ଷୟ କୁମାର ଭଟ୍ଟ ଯୋଗ ଦେଇ କହିଥିଲେ ଯୋଗ ଦ୍ୱାରା ବିଭିନ୍ନ ରୋଗ ଓ ମାନସିକ ଶାନ୍ତି ପ୍ରାପ୍ତ ହୁଏ ତେଣୁ ସମସ୍ତେ ଯୋଗ କରିବା ଆବଶ୍ୟକ।ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ପ୍ରଦୀପ କୁମାର ଜେନା ନିଜେ ଯୋଗ କରି ଯୋଗ ର ମହତ୍ଵ ପ୍ରକାଶ କରି କହିଥିଲେ
ଯୋଗ ଦ୍ୱାରା କରୋନା କୁ ଜିତିହେବ ଦେହରେ ଅମ୍ଳଜାନ ସ୍ତର ନିୟନ୍ତ୍ରଣ କରାଯାଇପାରିବ।ଏହି କାର୍ଯ୍ୟକ୍ରମ ରେ ଅଶୋକ କୁମାର ଗିରି,ସୁବ୍ରତ କୁମାର ନାୟକ, ପ୍ରକୃତି କବି ତଥା ପ୍ରଶିକ୍ଷଣ ଲଲଟେନ୍ଦୁ ପଣ୍ଡା,ଚିତ ରଞ୍ଜନ ବଳ,ଶଙ୍କର ନାୟକ, ସିପୁନ ରଣା ଯୋଗ ଦେଇ କୋଭିଡ କଟକଣା ରେ ଯୋଗ ଓ ଆସନ କରିଥିଲେ।କେନ୍ଦ୍ର ସରକାର ଙ୍କ ନେହୁରୁ ଯୁବ କେନ୍ଦ୍ର ସଙ୍ଗଠନ କଟକ ର ଜିଲ୍ଲା ଯୁବ ସଂଯୋଜକ ଅଶୋକ କୁମାର ଦାସ ଙ୍କ ମାର୍ଗ ଦର୍ଶକ
ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଯୋଗ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କାରିଥିବା ସମସ୍ତ ବ୍ୟକ୍ତି ଙ୍କୁ ନେହୁରୁ ଯୁବ କେନ୍ଦ୍ର ସଙ୍ଗଠନ କଟକ ଦ୍ୱାରା ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।ଅନୁଷ୍ଠାନ ର ସମ୍ପାଦକ ଦେବଦତ୍ତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ରିପୋର୍ଟ ଗୌତମ ମିଶ୍ର