No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ଜୁନ୍ ସୋମବାର) ଭୁବନେଶ୍ୱର :- ‘ଅନ୍ତର୍ଜାତୀୟ ଯୋଗ ଦିବସ’ ସୁସ୍ଥ ଜୀବନଯାପନ ପାଇଁ ପ୍ରତିଦିନ ‘ଯୋଗ’ କରିବା ଗୁରୁତ୍ୱପୂର୍ଣ୍ଣ ବିଷୟ । ବିଶେଷ ଭାବରେ ସାମ୍ପ୍ରତିକ ସମୟରେ ଯୁବଗୋଷ୍ଠୀମାନେ ‘ଯୋଗ’ କରିବା ପାଇଁ ଆଗେଇ ଆସିବା ଦରକାର ବୋଲି ସୋମବାର ‘ଅନ୍ତର୍ଜାତୀୟ ଯୋଗ ଦିବସ’ ଅବସରରେ ଟ୍ୱିଟ୍ ଯୋଗେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ କରିଛନ୍ତି ।
ଶ୍ରୀ ପ୍ରଧାନ ଘରେ ରହି ଯୋଗ କରିବା ସହ ଦେଶବାସୀଙ୍କୁ ଯୋଗ ଦିବସର ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ପ୍ରତିଦିନ ସକାଳେ ଯୋଗ କରିବା ଦ୍ୱାରା ଶରୀର ଓ ମନ ପ୍ରଫୁଲ୍ଲିତ ରୁହେ। ‘ଯୋଗ’ର ଅର୍ଥ ହେଉଛି ଶରୀର, ମସ୍ତିଷ୍କ ଏବଂ ଆତ୍ମାର ମିଳନ, ଯାହା ଜୀବନର ଆଦର୍ଶ ଅଟେ। ‘ଯୋଗ’ ଆମକୁ ଚେତନାସ୍ତରକୁ ନେଇପାରେ । ସାମର୍ଥ୍ୟ ହାସଲ କରିବାକୁ ଆଗେଇ ନେଇପାରେ। ଆମକୁ ସୁସ୍ଥତା, ସୁଖ ଓ ପୂର୍ଣ୍ଣତା ଦେଇପାରେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ସପ୍ତମ ‘ଅନ୍ତର୍ଜାତୀୟ ଯୋଗ ଦିବସ’ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ଶୁଣିଥିଲେ। ଆଜି ଯେତେବେଳେ ବିଶ୍ୱ କୋଭିଡ୍-୧୯ ମହାମାରୀ ବିରୋଧରେ ଲଢ଼େଇ କରୁଛି ସେହି ସମୟରେ ଯୋଗ ଏକ ଆଶା ଉଜ୍ଜିବୀତ କରିଛି । ଚାପଗ୍ରସ୍ତରୁ ଦୃଢ଼ ମନୋବଳ, ନକରାତ୍ମକତାରୁ ସୃଜନଶୀଳତା ତଥା ଯୋଗ ଆମକୁ ମାନସିକ ଶାନ୍ତି, ଚେତନା ଏବଂ ସୁସ୍ଥତା ଦେଇଥାଏ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।
No Result
View All Result