ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ୍ ) ପଞ୍ଚାୟତରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା 25.3.2020 :- ପଞ୍ଚାୟତରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ ମାସର ଦରମା ପ୍ରଦାନ କରିଛନ୍ତି । ଏହାସହ କରୋନା ପ୍ରଭାବିତଙ୍କ ସହାୟତା ପାଇଁ ସ୍ୱତଃପ୍ରବୃତ୍ତ ଭାବେ ସିଏମ ରିଲିଫ ଫଣ୍ଡକୁ ଦାନ କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।
କରୋନା ଭାଇରସର ପାଇଁ ଏମଏଲଏ ଲ୍ୟାଡ୍ ପାଣ୍ଠିରୁ ନିଜ ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପ୍ରତାପ ଜେନା ୧ କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ଏହି ରାଶି ନିଶ୍ଚିନ୍ତକୋଇଲି ଏବଂ ମାହାଙ୍ଗା ବ୍ଲକକୁ ପ୍ରଦାନ କରାଯାଇଥିବା ସେ ଟ୍ୱଇଟ କରି କହିଛନ୍ତି । ଦେଶର ଅଧିକାଂଶ ରାଜ୍ୟକୁ ବ୍ୟାପିବାରେ ଲାଗିଛି କରୋନା ଆଉ ଏସବୁ ଭିତରେ ଓଡ଼ିଶା କରୁଛି କରୋନା ମୁକାବିଲା । ସଂକ୍ରମଣକୁ ରୋକିବାକୁ ଯାଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।