No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ଜୁନ୍ ,ରବିବାର ) ପଦ୍ମପୁର :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ରାଇସଲ ପଦର ଗ୍ରାମର ଜଣେ ସଚେତନ ନାଗରିକ ହୋଇ ଦେଶ ପ୍ରତି ନିଜର କର୍ତ୍ତବ୍ୟ ଭାବି ମୁକେଶ କୁମାର ସାହୁ(୨୭) ଜନ୍ମ ଦିନରେ ବାପା ପ୍ରେମାନନ୍ଦ ସାହୁ (୫୮) ଓ ମାଁ ପଦ୍ମିନୀ ସାହୁ(୫୫)ଙ୍କ ସହ ସପରିବାର ଅଙ୍ଗଦାନ କରି ଅନେକ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି । ତାଙ୍କର ମୃତ୍ୟୁ ପରେ ସେ ଗବେଷଣା ପାଇଁ ବୁର୍ଲା ଡାକ୍ତରଖାନାକୁ ନିଜ ମୃତ ଶରୀରକୁ ଦାନ କରିବାକୁ ଚୁକ୍ତିନାମା ପଠାଇଛନ୍ତି । ମୁକେଶ କୁମାର ସାହୁ ନିଜର ବିଚାର କରି କହିଛନ୍ତି କି ମରିବା ପରେ ଯଦି ପୋତି ଦିଆଯାଏ ଶରୀର କ୍ଷୟ ହୋଇଯିବ |
ଯଦି ଶରୀରକୁ ନିଆଁରେ ପୋଡ଼ି ଦେଲେ ତେବେ ଶରୀର ପାଉଁଶ ହୋଇଯିବ କିନ୍ତୁ ଯଦି ଶରୀର ଦାନ କରାଯାଏ ତେବେ ଅନେକଙ୍କୁ ଜୀବନ ଏବଂ ସୁଖ ଦେବ । ମୁକେଶ କୁମାର ସାହୁ ଜଣେ ସଚେତନ ନାଗରିକ ହୋଇ ଲୋକଙ୍କ ସୁଖ ଦୁଃଖର ସାଥି ହୋଇ ଗାଇସିଲାଟ ଅଞ୍ଚଳରେ ବେଶ ପରିଚିତ । ଭାରତରେ ପ୍ରତିରୋପଣ ପାଇଁ ଅଙ୍ଗର ତୀବ୍ର ଅଭାବ ସହିତ ଭାରତ ସଂଘର୍ଷ କରୁଛି। ଏହା ଅନୁମାନ କରାଯାଏ ଯେ ଏକ ଲକ୍ଷରୁ ଅଧିକ ଲୋକ ଶେଷ ପର୍ଯ୍ୟାୟ ଅଙ୍ଗ ବିଫଳତା ସହିତ ପୀଡ଼ିତ, କିନ୍ତୁ ପ୍ରତିବର୍ଷ କେବଳ ଅଳ୍ପ ସଂଖ୍ୟକ ୩.୫୦୦ ଟ୍ରାନ୍ସପ୍ଲାଣ୍ଟ କରାଯାଏ | ପ୍ରତ୍ୟେକ ଦିନ ଅତିକମରେ ୧୫ ରୋଗୀ ଅଙ୍ଗକୁ ଅପେକ୍ଷା କରି ମୃତ୍ୟୁବରଣ କରନ୍ତି | ସାହୁ ପରିବାରର ଏଭଳି ନିଷ୍ପତ୍ତିକୁ ଅଞ୍ଚଳରେ ବେଶ ପ୍ରଶଂସା କରିଛନ୍ତି । ( ରିପୋର୍ଟ – ନିରୋଜ କୁମାର ପାଣୀ )
No Result
View All Result