ଶନିବାର ରଥ ଖଳା ରୁ ରଥ ନିର୍ମାଣ ଅଗ୍ରଗତି :- ପୁରୀ
ମୋଟ ନିର୍ମାଣକାରୀଙ୍କ ଉପସ୍ଥାନ : ୧୯୪ ତିନିରଥର ମୋଟ ମହାରଣା ୭୭ ତିନି ରଥର ଭୋଇ ସେବକ ୭୬ ତିନିରଥ କରତି ସେବକ ୫ ପାହି ମହାରଣା ୧ ଓଝା ବା କମାର ସେବକ ୧୪ ତୁମ୍ବ ବିନ୍ଧ କାରୀଗର ୨ ତିନିରଥ ରୂପକାର ସେବକ ୧୮ ରଥଖଳା ସହାୟକ ୧ ମୋଟ ୧୯୪
ଓଡ଼ିଶା ତାଜା ନ୍ୟୁଜ (୨୦ ଜୁନ୍ ,ରବିବାର ) ପୁରୀ ,ଅଭିମନ୍ୟୁ ରିପୋର୍ଟ :- ରଥ ନିର୍ମାଣ ଅଗ୍ରଗତି :- ତିନିରଥର ୪୨ ଗୋଟି ୧୪ ନାହାକା ମଧ୍ୟରୁ ଆଜି ସୁଦ୍ଧା ୨୦ ଟି ଚଉଦ ନାହାକା ଖମ୍ବୀ ନିର୍ମାଣ ଶେଷ ହୋଇଛି । ଏଥି ସହ ରଥ ଚାଳିରେ ପରୀକ୍ଷା ମୂଳକ ଭାବେ ତିନିରଥର ପ୍ରଥମ ଭୂଇଁ ନିର୍ମାଣ ଶେଷ ହୋଇ ଫ୍ରେମ ସେଟିଙ୍ଗ ପରେ ନମ୍ବରିଂ କରାଯାଇଛି ଏହାକୁ ଖୋଲା ଯାଇ ସାଇତା ଯିବ । ଏହାପରେ ଚାରି ନାହାକାରେ ପ୍ରଥମ ଭୂଇଁ ଫ୍ରେମ ସଂଯୋଗ କରାଯାଇ ୧୪ ନାହାକା ସେଟ କରାଯିବ । (ଏହି ପ୍ରଥମ ଭୂଇଁ ୬ ଗୋଟି ଓରା ଏବଂ ୪ ଗୋଟି ଖମ୍ବୀ ସଂଯୋଗ ହୋଇ ଚାରି ପାର୍ଶ୍ୱରେ ୨୪ ଗୋଟି ପାଖୁଡା ଏବଂ ୧୬ ଟି ଛିଆନ, ପାଖୁଡାକୁ ଧରି ରଖିବାପାଇଁ ୨୪ ଟି ଭୂଇଁ ଖମ୍ବୀ ଚାରି ପାର୍ଶ୍ୱରେ ସଂଯୋଗ ହୋଇଅଛି ।

ଏଥି ସହ ଭୂଇଁ ର ମଧ୍ୟ ଭାଗରେ ‘କନକ ମୁଣ୍ଡି’ ପାଇଁ କନକ ମୁଣ୍ଡି ପଟା ଚାରିଗୋଟି ବର୍ଗାକାର ଭାବେ ସେଟିଙ୍ଗ ହୋଇଅଛି । ଏହାପରେ ‘କନକ ମୁଣ୍ଡ’ ଏବଂ ‘କନକ ମୁଣ୍ଡି କାଣ୍ଡ’ ପ୍ରଥମ ଭୂଇଁ ପଡିଲା ପରେ ନିର୍ମାଣ ହୋଇ ସେଟିଙ୍ଗ ହେବ ) ତାଳଧ୍ଵଜ ରଥର ପ୍ରଭା ପଛରେ ଲାଗିବା ପାଇଁ ଦୁଇଟି ଧୂଳି ଦଣ୍ଡା ଚଉପଟ ଶେଷ ହୋଇଛି, ଏହାଛଡା ପାଞ୍ଚୋଟି ଜଗତ ପୃଷ୍ଠ ଶେଣୀ ରୁ ୪ ଟିର ନିର୍ମାଣ ଶେଷ ହୋଇଛି । ଦେବଦଳନ ରଥର ୫ଟି ଜଗତ ପୃଷ୍ଠ ଶେଣୀ ଏବଂ ୪ଗୋଟି ଧୂଳିଦଣ୍ଡା ର ନିର୍ମାଣ ଶେଷ ହୋଇଅଛି ।

ନନ୍ଦିଘୋଷ ରଥ ର ପଟା ଗୁଜ ମାନଙ୍କରେ ମୁଖ୍ୟ ରୂପକାର ସେବକ ଆଜି ସିଂହ ବିରାଳ, ଗଜ ବିରାଳ ରୂପ ଖୋଦେଇ ଆରମ୍ଭ କରିଛନ୍ତି । ଏହିସହ ଜଗତ ପୃଷ୍ଠ ଶେଣୀ ୫ଟି ରୁ ୪ଟି ଏବଂ ଗୋଟିଏ ଧୂଳି ଦଣ୍ଡା ର ନିର୍ମାଣ ଶେଷ ହୋଇଅଛି । ତିନିରଥର ରୂପକାର ସେବକ ମାନେ ନାଟ ଗୋଡ଼ରେ ରାହୁ ରୂପ ଖୋଦେଇ ଜାରୀ ରଖିଛନ୍ତି ।














