ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ୍ ) ଭୁବନେଶ୍ୱର 24.3.2020 :- କରୋନା ଭୂତାଣୁ (କୋଭିଡ୍-୧୯) ସଂକ୍ରମଣର ମୁକାବିଲା ପାଇଁ ଆଜି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ନିଜର ତିନିମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି (କୋଭିଡ୍-୧୯ ଫଣ୍ଡ)କୁ ଦାନ କରିଛନ୍ତି । ଏଥି ସହ ଜଳସଂ ପଦ, ସୂଚନା ଓ ଲୋକସଂ ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ସରକାରୀ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କ ସମେତ ବିଧାୟିକା ଲତିକା ପ୍ରଧାନ ଓ ସାବିତ୍ରୀ ଅଗ୍ରଓ୍ୱାଲା, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପ୍ରଶାନ୍ତ କୁମାର ଜଗଦ୍ଦେବ, ସୁଶାନ୍ତ କୁମାର ରାଉତ, ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ଧୁରୁବ ଚରଣ ସାହୁ, ଭାଗୀରଥୀ ସେଠୀ, ଶଶିଭୂଷଣ ବେହେରା ଏବଂ ପ୍ରଶାନ୍ତ କୁମାର ମୁଦୁଲି ମଧ୍ୟ ନିଜର ତିନିମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି (କୋଭିଡ୍- ୧୯ ଫଣ୍ଡ)କୁ ଦାନ କରିଛନ୍ତି ।