ନୟାଗଡ଼ ଜିଲ୍ଲା (ଓଡିଶା ତାଜାନ୍ୟୁଜ୍ ) ଇଟାମାଟିର ଯୁବ ଉଦ୍ୟୋଗୀ 24.3.2020 :- ସାରା ଦେଶ ଏବଂ ରାଜ୍ୟ ଯେଉଁଭଳି ଭାବେ କରୋନାକୁ ନେଇ ଏକ ଘଡିସନ୍ଧି ମୂହୂର୍ତ୍ତରେ ଗତି କରୁଛନ୍ତି ସେ ନେଇ ନୟାଗଡ଼ ଜିଲ୍ଲା ଇଟାମାଟିର ଯୁବ ଉଦ୍ୟୋଗୀ ଆଶିଷ କୁମାର ଅଗ୍ରୱାଲ ନୟାଗଡ଼ ଜିଲ୍ଲାପାଳଙ୍କୁ ଏକାବନ ହଜାର (୫୧୦୦୦.୦୦) ଟଙ୍କାର ଚେକ ପ୍ରଦାନ କରିଛନ୍ତି ।
ଆଜି ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଧାନ ଚନ୍ଦ୍ର ରାୟ ଏବଂ ଉପ ଜିଲ୍ଲାପା । ଆଜି ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଧାନ ଚନ୍ଦ୍ର ରାୟ ଏବଂ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଗ୍ନଜିତ ରାଉତ ଆଶିଷଙ୍କ ଠାରୁ ଏହି ଚେକ ଟିକୁ ଗ୍ରହଣ କରିଥିଲ ।
ବର୍ତ୍ତମାନ ଠାରୁ ୨୧ ଦିନ ପର୍ଯ୍ୟନ୍ତ ସାରା ଦେଶରେ ଲକ୍ ଡାଉନ ପରିସ୍ଥିତି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । କେବଳ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଲାଗି ଲୋକମାନେ ବାହାରକୁ ବାହାରିବା ପାଇଁ ସରକାର କଟକଣା ଜାରି କରିଛନ୍ତି । କରୋନା ଭାଇରାସ ଦ୍ୱାରା ଆକ୍ରାନ୍ତ ହେଉଥିବା ରୋଗୀଙ୍କ ପାଇଁ କୌଣସି ଔଷଧ ବାହାରି ନଥିବା କାରଣରୁ ସରକାର ଲକ୍ ଡାଉନ ନିୟମ ଲାଗୁ କରି ସମସ୍ତଙ୍କୁ ଘରେ ରହିବାକୁ ନିବେଦନ କରିଛନ୍ତି ।