ଶୁକ୍ରବାର ରଥ ଖଳାରୁ – ପୁରୀ
ଓଡ଼ିଶା ତାଜା ନ୍ୟୁଜ (୧୯ ଜୁନ୍ ଶନିବାର ) ପୁରୀ ,ଅଭିମନ୍ୟୁ ମହାରଣା :- ରଥ ନିର୍ମାଣ ଅଗ୍ରଗତି : ମୋଟ ନିର୍ମାଣକାରୀଙ୍କ ଉପସ୍ଥାନ :-୧୯୫ ତିନିରଥର ମୋଟ ମହାରଣା ୭୮ ତିନିରଥ ର ଭୋଇ ସେବକ ୭୬ ତିନିରଥ କରତି ସେବକ ୫ ପାହି ମହାରଣା ୧ ଓଝା ବା କମାର ସେବକ ୧୪ ତୁମ୍ବ ବିନ୍ଧ କାରୀଗର ୨ ତିନିରଥର ରୂପକାର ସେବକ ୧୮ ରଥଖଳା ସହାୟକ ୧ ମୋଟ ୧୯୫
ରଥ ନିର୍ମାଣ ଅଗ୍ରଗତି :-
ଆଜି ସୁଧା ତିନି ରଥରେ ମୋଟ ୪୪ ଗୋଟି ଯୋଖା ରଥ ଗୁଡିକର ପ୍ରତି କୋଣ ମାନଙ୍କରେ ଫିଟିଙ୍ଗ ଶେଷ ହୋଇଅଛି । ଏଥି ସହ ତିନିରଥର ୧୪ ନାହାକା ଖମ୍ବୀ ନିର୍ମାଣ ଚାଲିଛି, ୧୪ ନାହାକା ନିର୍ମାଣ ପାଇଁ ଆଜି ରଥ ଅମୀନ ୭ଟି ଲେଖାଁଏ କାଠ ଯୋଗାଇ ଥିଲେ ସେଥି ମଧ୍ୟରୁ ତାଳଧ୍ଵଜ ରଥ ୪ ଗୋଟି ଚଉଦ ନାହାକା ଖମ୍ବୀ ନିର୍ମାଣ ସାରି ଆଉ ଦୁଇଟିର ଚଉପଟ କାମ ଚାଲିଛି ଚଉପଟ ପରେ ଆଠ କୋଣି ହୋଇ ଦୁଇପଟ ସାଲ ହୋଇବିନ୍ଧ ହେବ। ଦେବଦଳନ ରଥର ୪ ଗୋଟି ୧୪ ନାହାକା ଖମ୍ବୀ ନିର୍ମାଣ କାର୍ଯ୍ୟ ଶେଷ ହୋଇ ଆଉ ୨ଟିର ଚଉପଟ କାମ ଚାଲୁଅଛି । ଏହା ସହ ଦୁଇଟି ଲେଖାଁଏ ଧୂଳି ଦଣ୍ଡା ଚଉପଟ କାମ ଓ ୬ଟି ଲେଖାଁଏ ଓରା ବିନ୍ଧ କାର୍ଯ୍ୟ ଶେଷ ହୋଇଅଛି ।
ନନ୍ଦିଘୋଷ ରଥର ୭ ଗୋଟି ଚଉଦ ନାହାକା ଖମ୍ବୀ ନିର୍ମାଣ ଶେଷ ହୋଇଅଛି । (ଏହି ଚଉଦ ନାହାକା ଖମ୍ବୀ ପ୍ରତି ରଥର ଚାରିନାହାକା ଠାରୁ ଅଢେ଼ଇ ଫୁଟ ବ୍ୟବଧାନରେ ରଥର ଚାରି ପାର୍ଶ୍ୱ ରେ ଉଠିବ ଏଣୁ ଅଖ ଦଣ୍ଡା ଉପରେ ଆଡ଼ି କରି ‘ଖଦିଓରା’ ବା ନଡ଼ିଆ ଗଛ ଗର ୬ ଫୁଟ ସାଇଜ ନଗଡ଼ିବା ପାଇଁ ଖାପ ଓ ବିନ୍ଧ ହୋଇ ଲାଗିଲାପରେ ଚଉଦ ନାହାକା ଉଠି ପ୍ରଥମ ଭୂଇଁ ଚଉତା ସହ ସଂଯୋଗ ହେବ ) ତିନିରଥର ଗୋଟିଏ ଗୋଟିଏ ଚାର ପରିଛା ଚଉପଟ ସରି କାପ ହୋଇ ବିନ୍ଧ ସରିଛି । ସେଥିରେ କଳସ ଏବଂ ଡାଲୀ ଲତା ରୂପକାରଙ୍କ ଦ୍ୱାରା ଖୋଦେଇ ହୋଇ ଚିତ୍ର କରଙ୍କ ଦ୍ୱାରା ରଙ୍ଗ କାର୍ଯ୍ୟ ହେବ ।
ଏହା ରଥର ଘୋଡା ସେଟିଙ୍ଗ ଏବଂ ଚାର ବନ୍ଧା ସ୍ଥାନରେ ଫିଟିଙ୍ଗ ହେବ । ତିନିରଥର ଦୁଇଟି ଲେଖାଁଏ ଧୂଳି ଦଣ୍ଡା ଚଉପଟ କାମ ଶେଷ ଏହା ସିଂହାସନରେ ପ୍ରଭା ଫିଟିଙ୍ଗ ପାଇଁ ପ୍ରଭା ପଛ ଭାଗରେ ଲାଗିଥାଏ ତିନିରଥର ତିନି ଭୂଇଁ ପାଇଁ୧୨ଟି ଲେଖାଁଏ ଚଉତରା ବିନ୍ଧ ଏବଂ ଆଡ଼ି ବିନ୍ଧ ଶେଷ ପର୍ଯ୍ୟାୟରେ ଏଥି ସହ ୬ଟି ଲେଖାଁଏ ଓରା ର ବିନ୍ଧ ଶେଷ ହୋଇଅଛି । ତିନି ରଥର ଜଗତ ପୃଷ୍ଠ ଶେଣୀ, ଠାକୁରଙ୍କ ଆସ୍ଥାନ ପାଇଁ ଚଉପଟ କାମ ଶେଷ ପର୍ଯ୍ୟାୟରେ ।