No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୯ ଜୁନ୍ ଶନିବାର ) ପାଟଣାଗଡ଼ :- ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନ ରେ ଏ ବର୍ଷ ପାଖାପାଖି ୪୦୨୦୦ ଜଣ ତୋଳାଳି ୧୧ କୋଟି ଟଙ୍କାର କେନ୍ଦୁପତ୍ର ତୋଳିଛନ୍ତି କିନ୍ତୁ ଦୁଖର ବିଷୟ ପତ୍ର ତୋଳିବାର ଦେଢ଼ମାସ ବିତି ଯାଇଥିଲେ ସୁଦ୍ଧା ସେମାନେ ତାଙ୍କର ପାଉଣା ପାଇନାହାନ୍ତି । କରୋନା ମହାମାରୀ ସମୟରେ ଲୋକେ ଖାଇବା ପାଇଁ ପାଉନଥିବା ବେଳେ ତୋଳାଳି ମାନଙ୍କୁ ଏତେ ଦିନ ପରେ ମଧ୍ୟ ତାଙ୍କର ପାଉଣା ନ ମିଲିବା ନିହାତି ଦୁଃଖର ବିଷୟ ଅଟେ । ଏ ବିଷୟରେ ଫରେଷ୍ଟର ଏବଂ ରେଞ୍ଜର ମାନଙ୍କୁ ଆମେ ଯୋଗାଯୋଗ କରିଥିଲୁ । ସେମାନଙ୍କ କହିବା ଅନୁସାରେ ଏ ବର୍ଷ ଆଇ କେ ଏଲ ଏମ୍ ଏସ୍ ନାମରେ ଏକ ସଫ୍ଟୱେର ରେ ତୋଳାଳି ମାନଙ୍କର ସମସ୍ତ ବିବରଣୀ ଲୋଡ଼ କରାଯାଉଅଛି ।
ଏହି କାମ ସରିଲା ପରେ ତାଙ୍କର ପାଉଣା ଦିଆ ଯିବ ଏବଂ ଏହିକାମ ଆଗାମୀ ଏକ ମାସ ମଧ୍ୟରେ ସରିବାର ସମ୍ଭାବନା ଅଛି ବୋଲି ଆମକୁ ପ୍ରକାଶ କରିଥିଲେ । ଜଣେ ଗରିବ ଲୋକ କେନ୍ଦୁପତ୍ର ତୋଳି ସେହି ପାଉଣା ରେ ନିଜର ପରିବାର ପରିପୋଷଣ କରିଥାଏ । କିନ୍ତୁ ଯଦି ଜଣେ ଗରିବ ଲୋକ ପ୍ରବଳ ଖରାରେ କାମକରି ନିଜର ପାଉଣା ପାଇବାକୁ ୩ ମାସ ଅପେକ୍ଷା କରିବ ତେବେ ସେ କେମିତି ନିଜର ପରିବାର ପରିପୋଷଣ କରିପାରିବ ।ଏନେଇ ବିଭିନ୍ନ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଯାଇଛି । ଆଗାମୀ ଅଳ୍ପ ଦିନ ମଧ୍ୟରେ ତୋଳାଳି ମାନଙ୍କୁ ତାଙ୍କର ପାଉଣା ନ ମିଳିଲେ ସେମାନେ ବାଧ୍ୟ ହୋଇ ରାଜରାସ୍ତାକୁ ଉଲ୍ଲIଇବେ ବୋଲି ପ୍ରକାଶ କରିଛନ୍ତି । (ପାଟଣାଗଡ଼/ ଗୋରେଖନାଥ ବରିହା)
No Result
View All Result