No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ଜୁନ୍ , ଶୁକ୍ରବାର ) ଦଶପଲ୍ଲା :- ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ୍ ବାଣିଗୋଛା ର ବିଭିନ୍ନ ଗ୍ରାମ କୁ ଯାଇ ଲୋକମାନଙ୍କୁ କରୋନା ସଚେତନ କରିବା ସହ ମାସ୍କ ବଣ୍ଟନ କରିଥିଲେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା।ଲୋକାଭିମୁଖୀ କାର୍ଯ୍ୟ ହେଉ କିମ୍ବା କରୋନା ମହାମାରୀ ରୁ ଜନସାଧାରଣ ଙ୍କୁ ସୁରକ୍ଷିତ ରଖିବା ପାଇଁ ସଚେତନ ସହ ମାସ୍କ ବଣ୍ଟନ ହେଉ,ପ୍ରତିଟି କାର୍ଯ୍ୟ ପାଇଁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିକାଶ ର ନାୟକ ହୋଇଛନ୍ତି ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ।

ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତର ଅଭାବ ଦୂରୀକରଣ ପାଇଁ ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା କୁ କୋଣ ଅନୁକୋଣରେ ଜନସାଧାରଣ ପ୍ରଶଂସା କରିଛନ୍ତି। ଏଭଳି ଜଣେ ଜନହିତକର ବିଧାୟକ ଙ୍କୁ ପାଇ ଆମେ ଗର୍ବିତ ବୋଲି ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଜନସାଧାରଣ ଙ୍କ ମୁଖରୁ ଶୁଣିବାକୁ ମିଳୁଛି । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)
No Result
View All Result