No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- “ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡା କାଠ”:-ଏହି ଉକ୍ତିର ସତ୍ୟତା ପ୍ରତିଫଳିତ ହୋଇଛି କଟକ ଜିଲ୍ଲା ଅବକାରୀ ବିଭାଗ ର ଚଢ଼ାଉରେ । ଓଡ଼ିଶା ଅବକାରୀ ବିଭାଗର ଜଣେ ଦକ୍ଷ ଅଧିକାରୀ ତଥା କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତ୍ବିଓ୍ବାରୀଙ୍କ ନିର୍ଦ୍ଦେଶକ୍ରମେ ଆଜି କଟକ ଜିଲ୍ଲା ର ଦୁଇଟି ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇ ବିପୁଳ ପରିମାଣର ଚୋରା ମଦ ଜବତ କରାଯାଇଛି ।

ପ୍ରଥମଟି କଟକ ଖାନନଗର ଟ୍ରାଫିକ ଛକଠାରେ ବାଙ୍କୀ କଦଳୀବାଡି ଗ୍ରାମର ୩୭ ବର୍ଷର ଯୁବକ ଶ୍ରୀ କୃଷ୍ଣଚନ୍ଦ୍ର ସାମଲ ଏକ ମହେନ୍ଦ୍ର ବୋଲେରୋ ଗାଡ଼ି ଯାହାର ନଂ :- ଓଡି.୩୪. ଆର୍.୬୩୧୮ ରେ ୮୦୦ ଲିଟର ଦେଶୀମଦ ନେଇ ଯାଉଥିବା ବେଳେ କଟକ ସଦର ଅବକାରୀ ନିରୀକ୍ଷକ ଶ୍ରୀ କମଲ ଲୋଚନ ପାଇକରାୟଙ୍କ ନେତୃତ୍ୱରେ ଏକ ଅବକାରୀ ଦଳ ଉକ୍ତ ଗାଡ଼ି ସହ ଚୋରା ମଦ ଜବତ କରି ଚୋରା ମଦ ବେପାରୀକୁ ଓଡ଼ିଆ ଅବକାରୀ ଆଇନ୍ ୨୦୦୮ ର ୫୨(ଏ) ଧାରା ଅନୁସାରେ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରିଛନ୍ତି ।

ଜବତ ହୋଇଥିବା ଦେଶୀ ମଦ ଓ ଗାଡ଼ିର ଆନୁମାନିକ ମୂଲ୍ୟ ପ୍ରାୟତଃ ୯ ଲକ୍ଷ୬୦ ହଜାର ଟଙ୍କା.ହେବ ବୋଲି ଆକଳନ କରାଯାଇଛି । ଏହି ଚଢ଼ାଉରେ ନିରୀକ୍ଷକ ଶ୍ରୀ ପାଇକରାୟଙ୍କ ସହ ସହକାରୀ- ନିରୀକ୍ଷକ ସୁଶ୍ରୀ ସଙ୍ଗୀତା ମହାପାତ୍ର, ଅବକାରୀ କନେଷ୍ଟବଳ ଶ୍ରୀ ସୁନୀଲ କୁମାର ବଳ, ଶ୍ରୀ ରଞ୍ଜନ ଭୋଇ ଓ ମହିଳା ଅବକାରୀ କନେଷ୍ଟବଳ ଶ୍ରୀମତୀ ପ୍ରେମାଞ୍ଜଳୀ ତିର୍କି ସାମିଲ୍ ଥିଲେ। ଅନୁରୁପ ଢଙ୍ଗରେ ଆଠଗଡ଼ ଅବକାରୀ ଉପ-ଅଧୀକ୍ଷକ ଶ୍ରୀ ସି.ଏଚ୍.ତିରୁପତି ଙ୍କ ନେତୃତ୍ୱରେ ଆଠଗଡ଼ ଖଣ୍ଡ ଅବକାରୀ ନିରୀକ୍ଷକ ଶ୍ରୀ ରବିନାରାୟଣ ପଧାନଙ୍କ ତତ୍ତ୍ଵାବଧାନରେ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳୁଅ,

କଂସର, ବାଉଁଶ ଟଙ୍ଗୋର, ସରସ୍ଵତୀ ପୁର,ବନିଆବନ୍ଧ,ଓ ଖଣ୍ଡୁଆଳି ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ କରି ସର୍ବମୋଟ ୨୨୨୦ ଲିଟର ଦେଶୀମଦ ସହ ୨୨୪୮୦ ଲିଟର ମଦ ପ୍ରସ୍ତୁତ ଲାଗି ସାମଗ୍ରୀ ଗୁଡ,ପୋଚ ଜବତ କରି ଘଟଣାସ୍ଥଳରେ ନଷ୍ଟ କରିବା ସହ ଏହି ସଂକ୍ରାନ୍ତରେ ୫ ଟି ମାମଲା ରୁଜ୍ଜୁ କରିଛନ୍ତୀ । ଏହି ଚଢାଉରେ ଅବକାରୀ ଉପ-ଅଧୀକ୍ଷକ ଶ୍ରୀ ତିରୁପତି ଙ୍କ ସହ ଅବକାରୀ ନିରୀକ୍ଷକ ଶ୍ରୀ ରବିନାରାୟଣ ପଧାନ,ଉପ-ନିରୀକ୍ଷକ ଶ୍ରୀମତୀ ନିରୁପମା ସାହୁ, ସହକାରୀ ଉପ-ନିରୀକ୍ଷକ ଶ୍ରୀ ବାପି ସାହୁ, ଶ୍ରୀ ତରୁଣ ପାତ୍ର , ଶ୍ରୀ ରମେଶ ଚନ୍ଦ୍ର ସାହୁ ଙ୍କ ସହ ଚୈ। ଦ୍ବାର ଅବକାରୀ ଥାନା, ନରସିଂହପୁର ଅବକାରୀ ଥାନା, ଖୁଣ୍ଟୁଣୀ ବନବିଭାଗ ର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ସାମିଲ ଥିଲେ।

No Result
View All Result