ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ୍ ) ଭୁବନେଶ୍ୱର 23.3.2020 :- ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୩ ରୁ ୨୯ ପର୍ଯ୍ୟନ୍ତ ମୋ ବସ୍ ୬ଟି ରୁଟ୍ ରେ ଯାତାୟାତ କରିବ । ମୋଟ୍ ୧୭ ଟି ବସ୍ ଚାଲିବ। ପ୍ରତି ରୁଟରେ ଗୋଟିଏ ଘଣ୍ଟା ବ୍ୟବଧାନରେ ବସ୍ ଯାତାୟାତ କରିବ । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଭୁବନେଶ୍ବରରେ ଆଜିଠାରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରିଥିବା ବେଳେ ଏହାକୁ ନଜରରେ ରଖି କ୍ରୁଟ୍ ପକ୍ଷରୁ ମୋ ବସରେ ଯାତ୍ରା ଉପରେ କଟକଣା ଲାଗିଛି ।
ଆଜି କ୍ରୁଟ୍ ପକ୍ଷରୁ କୁହାଯାଇଛି ଯେ, କେବଳ ମେଡିକାଲକୁ ଯାଉଥିବା ଲୋକ, ବିମାନ ଓ ରେଳରେ ଅନ୍ୟ ସହରରୁ ଆସିଥିବା ଯାତ୍ରୀ ହିଁ ମୋ ବସରେ ଯାତ୍ରା କରିପାରିବେ। ହେଲେ ଏଥିପାଇଁ ସେମାନଙ୍କୁ ଆବଶ୍ୟକୀୟ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ରେଳ ଓ ବିମାନରେ ଆସୁଥିବା ଯାତ୍ରୀ ଟିକେଟ୍ ଦେଖାଇବେ ଏବଂ ହସ୍ପିଟାଲ ଯିବାକୁ ଥିବା ଲୋକ ପ୍ରେସକ୍ରିପସନ୍ କିମ୍ବା ତାଙ୍କ ଅସୁସ୍ଥତାର ପ୍ରମାଣ ଦେଖାଇଲେ ମୋ ବସରେ ଯାତ୍ରା କରିପାରିବେ ।