No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୭ ଜୁନ ,ଗୁରୁବାର ) ଓଡ଼ଗାଁ :- ଗତକାଲି ଓଡ଼ଗାଁ ଆଦର୍ଶ ଥାନା ଠାରୁ ମାତ୍ର ୧୦୦ ମିଟର ଦୂରରେ ଥିବା ପୋଷ୍ଟ ଅଫିସ କାର୍ଯ୍ୟାଳୟ ପରିସରରୁ ଦିନ ଦ୍ବିପହରରେ ସେଠାରେ କାର୍ଯ୍ୟରତ ସବ୍-ପୋଷ୍ଟ ମାଷ୍ଟର ସନୋଜ କୁମାର ଦୋରାଙ୍କ କଳା ରଙ୍ଗର ଟିଭିଏସ୍ ଆପାଚି ଗାଡି ନଂ ଓଡି୨୫ ଡି୭୭୪୭ କୁ କୈାଣସି ଦୁର୍ବୃତ୍ତ ଚୋରିକରି ନେଇଯାଉଥିବା ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଛି । ସୂଚନାନୁସାରେ
ଗତକାଲି ସକାଳ ୯.୩୦ ସମୟରେ ସନୋଜ ପୋଷ୍ଟ ଅଫିସ ପରିସରରେ ଗାଡ଼ି ରଖି ହ୍ୟାଣ୍ଟେଲ୍ ଲକ୍ କରି ଅଫିସ ଭିତରକୁ ଯାଇଥିଲେ । ଅପରାହ୍ନ ୪.୩୦ ସମୟରେ ଅଫିସରୁ ବାହାରି ଦେଖିଲା ବେଳକୁ ଗାଡ଼ି ଚୋରି ହେଇଯାଇଥିବା ଜାଣିବାକୁ ପାଇଥିଲେ । ଜଣେ ଯୁବକ ଗାଡ଼ିଟି କୁ ଚୋରିକରି ନେଇଯାଉଥିବା ଚିତ୍ର ସିସିଟିଭି ଫୁଟେଜ ରେ କଏଦ ହୋଇଛି । ସିସିଟିଭି ଫୁଟେଜ କୁ ଆଧାର କରି ଘଟଣାର ଅନୁସନ୍ଧାନ ଚଲାଉଥିବା ଓଡ଼ଗାଁ ଆଦର୍ଶ ଥାନା ପୋଲିସ ପକ୍ଷରୁ ସୂଚନା ମିଳିଛି । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result