No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୭ ଜୁନ ,ଗୁରୁବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ଅଟେ । ସରକାର ଏହି ଅଞ୍ଚଳରେ ଅନେକ ଉନ୍ନୟନ ପ୍ରକଳ୍ପ ଓ ଯୋଜନା ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକର ଲୋକଙ୍କ ପାଇଁ ସରକାର ଆରମ୍ଭ କରିଛନ୍ତି । ହେଲେ କିଛି ଅସାଧୁ ଠିକାଦାର ନିରୀହ ଆଦିବାସୀ ଶ୍ରମିକଙ୍କୁ ଠକିବାରେ ଲାଗିଛନ୍ତି l ସୂଚନାଯୋଗ୍ୟ ଯୋଗ୍ୟ ଏହି କି ଯେ ଇଡ଼କୋ ଦ୍ଵାରା ୨୦୧୮ରେ ଗୁମ୍ମାଠାରେ ଆଇଟିଆଇ ଷ୍ଟାଫ୍ କ୍ୱାଟର ନିମନ୍ତେ ୪୬ଲକ୍ଷ ବ୍ୟେୟ ଅଟକଳ ମୁଲ୍ୟରେ ନେଇଷ୍ଟାଫ୍ କ୍ୱାର୍ଟର ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା । ଏହି ଘୃହ କାର୍ଯ୍ୟରେ ସ୍ତାନୀୟ ଶ୍ରମିକମାନେ କାମ କରୁଥିଲେ ଏହି କାର୍ଯ୍ୟ ୨୦୨୦ ରେ ଶେଷ ହୋଇଛି । ଏହି କାର୍ଯ୍ୟରେ ନିୟୋଜିତ ହୋଇଥିବା ଶ୍ରମିକମାନେ ସାମଗାଇନ୍ତା ଗ୍ରାମର କାଳିଆ ନାୟକ,ଲାବନ ନାୟକ,ଜୟ ପ୍ରଧାସ ନାୟକ ଓ ଆମନ ମଣ୍ଡଳଏମାନେ ଦୀର୍ଘ ଦୁଇ ବର୍ଷ ହେଲା କାମ କରିଆସୁଥିଲେ ।
ଶ୍ରମିକଙ୍କ ବକେୟା ୪୩ ହଜାର ଟଙ୍କା ନଦେଇ ଠିକାଦାର ଫେରାର ହୋଈ ଯାଇଛି ଫେରାର ଓ ଝଡ଼,ସିମେଣ୍ଟ,ବାଲି, ଇଟାର ଲକ୍ଷାଧିକ ଟଙ୍କା ଠକିନେବା ଅଭିଯୋଗ କରିଛନ୍ତି। ସେମାନଙ୍କ ଠିକାଦାରଙ୍କୁ। ଶ୍ରମିକ ମାନେ ଏକ ବର୍ଷ ହେଲା ସମ୍ପର୍କ କରିବା ସଙ୍ଗେ ସଙ୍ଗେ ଅନେକ ଚେଷ୍ଟା କରିବି ଫଳ ହୋଇଛନ୍ତି । ହେଲେ ଆଜି ଏହି ଶ୍ରମିକ ମାନେ ଆଇଟିଆଇ ଷ୍ଟାଫ୍ କ୍ୱାଟରରେ ଶ୍ରମିକମାନେ ତାଲା ପକାଇ ଦେଇଛନ୍ତିଛନ୍ତି । ଏନେଇ ଠିକାଦାର ବିବେକାନନ୍ଦ ସ୍ୱାଇଁଙ୍କ କହିବା ଅନୁସାରେ କାର୍ଯ୍ୟର ହସ୍ତାନ୍ତର ହୋଇନି ପରେ ସେମାନଙ୍କୁ ସେମାନଙ୍କ ବକେୟା ପ୍ରାପ୍ୟ ଦିଆଯିବ । ଠିକାଦାର ଶ୍ରମିକ ମାନଙ୍କ ମଜୁରୀ ଟଙ୍କା ପ୍ରଦାନ ନ କରି ଚଂପଟ ମାରିବା ଘଟଣା ନେଇ କନିଷ୍ଟ ଯନ୍ତ୍ରୀ ସୁରେଶ କୁମାର ନାୟକଙ୍କ ଦୃଷ୍ଟି ଆକର୍ଷଣକରିବାରୁ ସେ କହିଥିଲେ ଯେ
ଆମ କାମ ହେଉଛି କାର୍ଯ୍ୟର ନିର୍ଦ୍ଧାରିତ ସମୟ ପୂର୍ବରୁ କାର୍ଯ୍ୟର ଶେଷ ହେବା ସହ କାର୍ଯ୍ୟର ତଦାରଖ କରିବା ଦାୟିତ୍ବ lଏଥିରୁ ସ୍ପୋଷ୍ଟ ଜଣାପଡୁୁଛି ଯେ,ଠିକାଦାର ଓ ଯନ୍ତ୍ରୀଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଯୋଗୁଁ ଠିକାଦାର ଶ୍ରମିକ ମାନଙ୍କ ମଜୁରୀ ଟଙ୍କା ପ୍ରଦାନ ନ କରି ଫେରାର ହୋଇଯିବା ପାଇଁ ସାହାସ କଲା l ଯନ୍ତ୍ରୀଙ୍କଏଭଳି ମାନସିକତାକୁ ନେଇଅନେକ ମହଲରେ ନିନ୍ଦା କରିବା ସହ ଏଠି ଉଳେ କାମ କଲେ ଦୁଇଉଳେ ଚୁଲି ଜଳିବା ଆଦିବାସୀ ଶ୍ରମିକଙ୍କ ପାଇଁ କିଏ କାହିଁ ଚିନ୍ତା କରିବ। ଏମିତି ନିନ୍ଦନିୟ ଘଟଣାକୁ ବିଜେଡି ସଂଖ୍ୟାଲଘୂ ସେଲର ସମ୍ପାଦକ ଡ: ପଲ୍ଲଭ କୁମାର ଲିମା ଓ ଗୁମ୍ମା ସମିତି ସଭ୍ୟ ନିହାର ରଞ୍ଜନ ଷଡ଼ଙ୍ଗୀ ନିନ୍ଦା କରିଛନ୍ତି । ଏନେଇ ବିଭାଗିୟ କତ୍ତୃପକ୍ଷ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିଶ୍ରମିକ ମାନଙ୍କ ବୋକେୟା ଶୀଘ୍ର ପ୍ରଦାନ କରିବା ଦିଗରେ ପଦକ୍ଷେପ ନିଅନ୍ତୁ l ( ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result