No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୬ ଜୁନ୍ ବୁଧବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କୋରଡ଼ା ଗ୍ରାମ ଗୁଣ୍ଡିଚା ସାହି ରୁ ବନ ବିଭାଗ ଦ୍ଵାରା ୧୧ ଫୁଟ ଲମ୍ବର ଏକ ଅହିରାଜ ସାପ ଉଦ୍ଧାର କରାଯାଇଛି।ସୂଚନା ଅନୁଯାୟୀ କୋରଡ଼ା ଗ୍ରାମ ଗୁଣ୍ଡିଚା ସାହି ର ଶରତ ପଣ୍ଡା ଙ୍କ ପାଇଖାନା ଘର ଭିତରେ ଅହିରାଜ ସାପ ଟି ରହିଥିଲା ।

ପାଇଖାନା ଘର କୁ ଯିବା ସମୟରେ ଶରତ ପଣ୍ଡା ସାପ ଟି କୁ ଦେଖି ମହିତମା ଫରେଷ୍ଟର ରାକେଶ ସାହୁ ଙ୍କୁ ଜଣାଇଥିଲେ।ଗୁମି ଫରେଷ୍ଟର ବନମାଳି ରାଉତ ଓ ମହିତମା ଫରେଷ୍ଟର ରାକେଶ ସାହୁ ମିଳିତ ଭାବେ ୧୧ ଫୁଟର ଅହିରାଜ ସାପ କୁ ଉଦ୍ଧାର କରି ରଗଡ଼ି ମଡ଼ା ସଂରକ୍ଷିତ ଜଙ୍ଗଲରେ ଛାଡିଥିଲେ। (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)
No Result
View All Result