No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୪ ଜୁନ , ସୋମବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ଥାନା ପୁଲିସ୍ ର କାର୍ଯ୍ୟ ପ୍ରଶଂସନୀୟ ହେବାରେ ଲାଗିଛି।ନୂଆଗାଁ ଥାନା ପୁଲିସ୍ ଚଢାଉ କରି ୨୬ ଲିଟର ଦେଶୀ ମଦ ଜବତ କରିବା ସହ ୩ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ ନୂଆଗାଁ ଥାନା ଅଧୀନସ୍ଥ ସଂପଡ଼ା ଛକ ନିକଟରେ ନୟାଗଡ ଦାଣ୍ଡ ସାହି ଅଞ୍ଚଳର ସୋମନାଥ ମହାନ୍ତି ଦେଶୀ ମଦ ନେଇ ଯାଉଥିବା ବେଳେ ନୂଆଗାଁ ପୁଲିସ୍ ଚଢ଼ାଉ କରି ୬ ଲିଟର , ଭିରୁଡା ନିକଟରୁ ସିମିଳି ସାହି ଅଞ୍ଚଳର ଶିବରାମ ପରିଡ଼ା ଙ୍କ ଠାରୁ ୫ ଲିଟର,ଏବଂ ବଳଭଦ୍ରପୁର ଅଞ୍ଚଳର ବାବୁଲି ସେଠୀ ଙ୍କ ୧୫ ଲିଟର ଦେଶୀ

ମଦ ଜବତ କରିଛି। କେସ୍ ନଂ ୭୯,୮୦,୮୧ ରେ ମାମଲା ରୁଜୁ କରାଯାଇ ତିନି ଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଥିବା ସହ ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ରମେଶ କୁମାର ଦେବତା ସୂଚନା ଦେଇଛନ୍ତି। ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
No Result
View All Result