No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୪ ଜୁନ , ସୋମବାର ) ଜଟଣୀ :- ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ମହାମାରୀ କରୋନା ଛଡ଼ାଇ ନେଇଛି ଓଡ଼ିଆଙ୍କ ସବୁ ଭାଇଚାରା ଓ ଗଣପର୍ବର ହସଖୁସିକୁ। ହେଲେ ଏଥର କରୋନା କାଳରେ ରଜପର୍ବକୁ ଏକ ନିଆରା ଢଙ୍ଗରେ ପାଳନ କରି ଗରିବ, ଅସହାୟ ଓ ନିରାଶ୍ରୟଙ୍କ ମୁହଁରେ ହସ ଫୁଟାଇଛନ୍ତି ସ୍ଥାନୀୟ ଅଞ୍ଚଳର ଛାତ୍ରୀ ଛାତ୍ରଙ୍କ ସହ କେତେକ ଶୁଭକାଂକ୍ଷୀ ଏନୟୁଏସଆଇ ର ଛାତ୍ରନେତା ସୂର୍ଯ୍ୟକାନ୍ତ ବଳିଆରସିଂହଙ୍କ ନେତୃତ୍ୱରେ କୋଭିଡ୍ କଟକଣାକୁ ନଜରରେ ରଖି ରଜପର୍ବର ମୁଖ୍ୟ ପିଠା ଚକୁଳି ଓ ପୋଡ଼ପିଠା ସହ ତରକାରୀ ବଣ୍ଟନ କରିଛନ୍ତି।

ସମସ୍ତ ଛାତ୍ରି,ଛାତ୍ର ଶ୍ରୀବତ୍ସ ପାଠାଗାର ଠାରୁ ବାହାରି ମୁଖ୍ୟରାସ୍ତା ହରିଭାଇନା ଛକ ଠାରୁ ସୀତାରାମ ଛକ ଦେଇ ଖୋର୍ଦ୍ଧାରୋଡ଼ ରେଳଷ୍ଟେସନ ନିକଟ ଓ ବାପୁଜୀ କୁଷ୍ଠ ସଂଘ କଲୋନୀରେ ଥିବା ଗରିବ, ଅସହାୟ ଓ ନିରାଶ୍ରୟଙ୍କୁ ବଣ୍ଟନ କରି ସେମାନଙ୍କ ସହ ରଜର ଆସର ଜମାଇ ମୁହଁରେ ହସ ଫୁଟାଇଛନ୍ତି ।

ଏହି ନିଆରା ରଜପର୍ବ ପାଳନରେଏନଏସୟୁଆଇର ଖୋର୍ଦ୍ଧାଜିଲ୍ଲା ସଭାପତି ସୌମ୍ୟ ପଟ୍ଟନାୟକ, ଛାତ୍ରନେତା ସୁଦାମ ମହାପାତ୍ର, ଦିପ୍ତି ସୁନ୍ଦର ସାମନ୍ତରାୟ, ସୌମ୍ୟ ଶ୍ରୀଚନ୍ଦନ, ଲିପୁ ପାଟସାହାଣୀ, ଆଶୁତୋଷ ପାଇକରାୟ, କାଳନ୍ଦୀ ନାୟକ, ସଙ୍କେତ ପାଟସାହାଣୀ, ସ୍ବସ୍ତି,ଜ୍ୟୋତି ସ୍କୁଲ ଅଫ ବେଶିକ୍ ସାଇନ୍ସର ଛାତ୍ର ମହେଶ ମହେନ୍ଦ୍ର ଓ ଛାତ୍ରୀ ମାହେଶ୍ଵରୀ କାଦମ୍ବିନୀ ପ୍ରମୁଖ ସାମିଲ ହୋଇଥିଲେ। ଏମାନଙ୍କୁ କରୋନା କାଳରେ ବାଟ କଢାଇ ନେବାରେ ଶୁଭକାଂକ୍ଷୀ ହେଲେ ଜଟଣୀ ନଗର କଂଗ୍ରେସ କମିଟି ସଭାପତି ଅଶୋକ ମଙ୍ଗରାଜ ଓ ସ୍ଥାନୀୟ ବିଧାୟକଙ୍କ ବ୍ୟକ୍ତିଗତ ରାଜନୈତିକ ସଚିବ କଳିଙ୍ଗ ସାହୁ ପ୍ରମୃଖ। (ଜଟଣୀ ରୁ ଇଫତେଖାର ଅଲ୍ଲୀ)
No Result
View All Result